ବିଦ୍ୟା ଦଦାତି ବିନୟମ୍
ବିଦ୍ୟା ଦଦାତି ବିନୟମ୍
ଥିଲେ ଜଣେ ବଡ କବି, ନାମ
ଅଟେ କାଳିଦାସ
ଶୁଣ ପିଲେ, ତାଙ୍କୁ ଥରେ ଲାଗିଲା
ବଡ ଶୋଷ |୧|
ସେ ଏକ ବୁଢ଼ୀକୁ ଦେଖିଲେ
ଯାଉ ଥିବା ବାଟରେ
କହିଲେ ଟିକେ ପାଣି ଦିଅ,
ପୁଣ୍ୟ ହେବ ତୁମରେ |୨|
ପାଣି ପିଆଇବି, କିନ୍ତୁ ମୋତେ
ଲାଗଇ ବଡ ଭୟ
ପୁଅ, ତୁମକୁ ତ ଚିହ୍ନେ ନା,
ଦିଅ ନିଜର ପରିଚୟ |୩|
କାଳିଦାସ କହନ୍ତି, ମୁଁ ବାଟୋଇ,
ପାଣି ଟିକିଏ ଦିଅ
ବୁଢ଼ୀ ଉତ୍ତରେ କହନ୍ତି ତୁମେ ତ
ବାଟୋଇ କେବେ ନୂହଁ |୪|
ବାଟୋଇ ତ ମାତ୍ର ଦୁଇ ଜଣ
ସର୍ବଦା ଚାଲୁ ଥାଆନ୍ତି
ବାଟୋଇ, ଜଣେ ସୂର୍ଯ୍ୟ ଆଉ
ଜଣେ ଚନ୍ଦ୍ର ତ ଅଛନ୍ତି |୫|
କେବେ ଅଟକନ୍ତି ନାହିଁ ଏଇ
ମାନେ ତ ଦୁଇ ଜଣ
ତୁମେ ଦୁହିଙ୍କ ଭିତରୁ କିଏ, ସତ
କରି କୁହ, ମୋ ରାଣ |୬|
ପାଣି ଟୋପାଏ ପିଇଵାକୁ ଦିଅ
ଯେହେତୁ ମୁଁ ଅତିଥି,
କାଳିଦାସଙ୍କ କଥା ଶୁଣି, ବୁଢ଼ୀ
କୁହେ ତୁମେ ନୂହଁ ତ ଅତିଥି |୭|
ବୃଦ୍ଧା କୁହେ ଏଇ ସଂସାରରେ
ଦୁଇ ଜଣ ମାତ୍ର ଅତିଥି
ଧନ ଓ ଯୌବନ, ଏମାନେ ଆସନ୍ତି
ଆଉ ଚାଲି ବି ଯାଆନ୍ତି |୮|
କାଳିଦାସ ଯୁକ୍ତିରେ ପରାଜିତ
ହୋଇ ହତାଶ ହୋଇଲେ
ମୁଁ ଜଣେ ସହନଶୀଳ ବ୍ୟକ୍ତି,
ଏଥର ପାଣି ଦିଅ କହିଲେ |୯|
ବୃଦ୍ଧା କହନ୍ତି, ନା, ନା, ସହନଶୀଳ
ତ ମାତର ଦୁଇ ଜଣ
ଜଣେ ପୃଥିବୀ, ଦ୍ଵିତୀୟଟି ହେଲା
ବୃକ୍ଷ ଏ କଥାଟି ଜାଣ |୧୦|
ମହପାପୀ ଓ ପୁଣ୍ୟବନ୍ତ ସମସ୍ତଙ୍କର,
ପୃଥିବୀ ଭାର ବୋହିଥାନ୍ତି
ବୃକ୍ଷଟିଏ, ତାକୁ ଢେଲା ମାରି ଆଘାତ
କଲେ ମଧ୍ୟ ମିଠା ଫଳ ଦିଅନ୍ତି |୧୧|
କାଳିଦାସ ବିରକ୍ତ ହୋଇ ବଡ଼
ପାଟିରେ କହି ଉଠିଲେ,
ପାଣି ଦିଅ, ସେ ତେବେ ଅତ୍ୟନ୍ତ
ଜିଦଖୋର୍ ତା'ହେଲେ |୧୨|
ବୁଢ଼ୀ କହିଲେ, ଜିଦଖୋର୍ ମାତ୍ର
ଦୁଇ ଜଣ, ମିଛ କିଆଁ କହୁଛ
ଜଣେ ତ ନଖ ଓ ଆଉ ଜଣେ ହେଲେ
କେଶ, କଅଣ ଭାବୁଛ |୧୩|
ହେ ବ୍ରାହ୍ମଣ, ଏଥର ସତ କରି କୁହ,
ତୁମର ପରିଟୟ କଅଣ
ପରାଜିତ ହୋଇ କାଳିଦାସ କହିଲେ,
ତା'ହେଲେ ମୁଁ ମୂର୍ଖ ଜାଣ |୧୪|
ତୁମେ ମୂର୍ଖ କେବେ ହୋଇ ପାରିବନି
ବୋଲି ବୁଢ଼ୀ କହିଲେ
ମୂର୍ଖ ଦୁଇ ଜଣ, ଜଣେ ରାଜା, ଆଉ
ଜଣେ ରାଜ ପୁରୋହିତ ଭଲେ |୧୫|
କାଳିଦାସ ଶେଷେ ସିଧା ବୃଦ୍ଧାଙ୍କ ପାଦ
ତଳେ ପଡ଼ି କ୍ଷମା ପ୍ରାର୍ଥନା କଲେ
ବୃଦ୍ଧା କୁହେ, ଉଠ ବତ୍ସ, କହି, ମାଆ
ସରସ୍ଵତୀ ଉଭା ତ ହେଲେ |୧୬|
ମାଆ ସରସ୍ଵତୀ କହିଲେ, ବତ୍ସ !
ସବୁବେଳେ ମନେ ରଖିବ
ବିଦ୍ୟା ଦିଏ ନାହିଁ ଶିକ୍ଷା କେବେ
ହେଲେ ଅହଙ୍କାର ଅବା ଗରବ |୧୭|
ବିନୟ ଭାବ ଓ ନମ୍ରତା, ଏ ଦୁଇଟି
ଗୁଣକୁ ଯିଏ ଶିଖି ନାହିଁ
ଯେତେ ଶିକ୍ଷିତ ହେଲେ ମଧ୍ୟ କେବେ
ଜ୍ଞାନୀ ନୁହଁନ୍ତି ତ ସେଇ |୧୮|
ଯେତେ ଶିକ୍ଷିତ କୁହନ୍ତୁ ପ୍ରକୃତ ଶିକ୍ଷା
ଲାଭ କରି ନାହାଁନ୍ତି
ଯଦି ବିଦ୍ୟା ଦଦାତି ବିନୟମ୍ ନୀତି
ସେ ପାଳନ କରନ୍ତି |୧୯|