STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଅବିଦ୍ୟା

ଅବିଦ୍ୟା

1 min
3


ରାଗ:- ଖଣ୍ଡ କୁମ୍ଭ କାମୋଦୀ


ଦୁଇ ଟି ଭାଗରେ ବିଭକ୍ତ ଅବିଦ୍ୟା

     ଅଛି ପ୍ରମାଣ,

ମୂଳ ଯେ ଅବିଦ୍ୟା ପ୍ରଥମ ଅଟେଟି

     ଜୀବ ଧାରଣ !!


ଜୀବର କାରଣ ଶରୀର ନିର୍ମିତ

    ମୂଳ ଅବିଦ୍ୟା,

ପଦାର୍ଥ ଉପରେ ଆବରଣ ପରା

    ସ୍ଥୂଳ ଅବିଦ୍ୟା !!


ଅବିଦ୍ୟା ହେଉଛି ସଂସାର କାରଣ

    ଅଜ୍ଞାନ ନାଶ,

ଜନ୍ମମୃତ୍ୟୁ ଚକ୍ରୁ ମୁକ୍ତିର ଲାଭ ଟି

    ଦ୍ବାରା ମନୁଷ୍ୟ !!


ଭସ୍ମ ଦ୍ବାରା ହୁଏ ଆବୃତ୍ତ ଅଗ୍ନି ରୁ

    ଶୁଣ ତୁ ଜ୍ଞାନୀ

ଅବିଦ୍ୟାର ଦ୍ବାରା ହୁଏ ଟି ଆବୃତ୍ତ

    ଇନ୍ଦ୍ରିୟ ଧ୍ବନି !!


ମନ ଅହଂକାର ସ୍ବାର୍ଥ ଦ୍ବେଷ ଭାବ

    ଆବୃତ୍ତ ହୁଏ,

ଭସ୍ମ ଦ୍ବାରା ହୁଏ ଅଗ୍ନି ପ୍ରଜ୍ଜ୍ବଳିତ

   ସତ୍ୟତା ଇଏ !!


ଆତ୍ମଜ୍ଞାନ ଦ୍ବାରା ଦୂରୀଭୂତ ହୁଏ

    ଅବିଦ୍ୟା ପରା,

ସ୍ବୟଂପ୍ରକଶରେ ଆତ୍ମା ବିଭାସିତ

    ଜ୍ଞାନର ଦ୍ବାରା !!


ଜ୍ଞାନୀ ବୁଝି ଥାଏ ମହତ୍ତ୍ଵ ଏହାର

   କର୍ମରୁ ତାହା,

ଅନ୍ଧାର ତିମିର ଦୂର କରି ଦିଏ

   ମନୁଷ୍ୟ ଏହା !!


ଜ୍ଞାନ ବଳେ ବୁଝେ ଅବିଦ୍ୟାର ତତ୍ତ୍ୱ

    ଜ୍ଞାନୀ ପୁରୁଷ,

ଧର୍ମ କର୍ମ ଦ୍ବାରା ବିନାଶ କରେ ଟି

   ଆଣେ ସୁଭାଷ !!


Rate this content
Log in

Similar oriya poem from Abstract