ସ୍ୱର ଏ ମଙ୍ଗଳ ପାଇଁ
ସ୍ୱର ଏ ମଙ୍ଗଳ ପାଇଁ
ଦିନ ଆଉ ରାତି ଅହରହ ସ୍ଵର
ଝୁମୁଛି ବିଶ୍ଵ ଜଗତ
ଯେତେବେଳେ ଶୁଣ କେହି ନା କେହି ବି
ପ୍ରେମରେ କହୁଛି ମିତ।୧
ମନା କରିବାକୁ କାହାର ବା ସାଧ୍ୟ
ରହିଛି କୁହ ତ କେହି
ପ୍ରାକୃତିକ ଅବା ଅପ୍ରାକୃତ ଇଏ
ସ୍ୱରକୁ ଖଞ୍ଜିଚି ବିହି।୨
ଜଗତ କଲ୍ୟାଣ ପାଇଁକି ସଂସାରେ
ଲୀଳା ଈଶ୍ୱରଙ୍କ ଏହା
ପ୍ରତିକ୍ଷଣ ତେଣୁ ସ୍ୱର ଝଙ୍କାରକୁ
ବୋହି ନେଇଚାଲେ ବାଆ।୩
ପବନ ନିଶ୍ଚୟ ପହଞ୍ଚାଇ ଦିଏ
ପ୍ରତିଟି ଜୀବଙ୍କ ପାଶେ
ସେହି ସ୍ୱର ଯୋଗୁଁ ଉତ୍ଫୁଲିତ ମନ
କାମନା ହୃଦୟେ ଭାସେ।୪
କେତେବେଳେ ଆସେ ସୁମଧୁର ସ୍ୱର
କାନଡେରି ଶୁଣୁ ବସି
ଯେମିତି କୋଇଲି ସ୍ଵରକୁ ଶୁଣିକି
ମତୁଆଲା ଆଉ ଖୁସି।୫
କାଉ ରାବିଦେଲେ ମନ ଗହନଟା
ବିତୃଷ୍ଣା ହୁଅଇ ଯେବେ
ଉଠିକରି ଘଉଡାଇ ହେବା ନିଶା
ସଭିଏଁ ନିଶ୍ଚୟ ଭବେ।୬
ଭୟ ପାଇଯାଉ ସ୍ଵର ଶୁଣିଦେଲେ
ଲୁଚିଯାଉ ଘର କୋଣେ
ଭୂମିକମ୍ପ ସ୍ୱର ବଡ଼ ଭୟଙ୍କର
ଯେମିତି ଜୀବନ ଝୁଣେ।୭
ଆକାଶ ବତାସ ମେଦିନୀ ସମୁଦ୍ର
ଅହରହ ସ୍ଵରେ ବନ୍ଧା
ଈଶ୍ବର ନିର୍ଦ୍ଦେଶ ପାଳନ କରନ୍ତି
ଏ ମଣିଷ କିନ୍ତୁ ନିନ୍ଦା।୮
ବୃଥା ଅସ୍ଫାଳନ ମଣିଷର ନିତି
ଈଶ୍ୱର ବିରୁଦ୍ଧେ ଯାଇ
କର୍ମ କରୁଅଛି ବିଜ୍ଞାନ ଧରିକି
ଧର୍ମକୁ ଦୂରେଇ ଦେଇ।୯
ରହିଛି ରହିବ ଏ ସ୍ୱର ଝଙ୍କାର
ବିଶ୍ବର ମଙ୍ଗଳ ପାଇଁ
ଅଟକାଇବାକୁ ଶକ୍ତି ବା କାହାର
ବିରୁଦ୍ଧରେ ଗଲେ କେହି।୧୦