ମାତୃଭାଷା ମୋର ଓଡିଆ
ମାତୃଭାଷା ମୋର ଓଡିଆ
ରାଗ:- ଘଣ୍ଟାରବ ବା ଚଳଘଣ୍ଟକେଦାର
ମିଥ୍ୟ ଜଡ଼ିତ ଶରୀର,
ଭାଷାର ନାହିଁ ଆଦର
ନାହିଁ ସେବା ଭାବ ମନୁଷ୍ୟ ଜୀବନେ ,କିପରି ଅଟୁ ତୁ ନର !!
ହିଂସା ଅହଂକାର ସଦା,
ସ୍ବାର୍ଥରେ ଅଛୁ ସର୍ବଦା
ଅର୍ଜିତ ସମ୍ପଦେ ନାହିଁ କିଛି କାର୍ଯ୍ୟ,ରଖ ହେ ଭାଷା ମର୍ଯ୍ୟଦା !!
ନାହିଁ ରାଷ୍ଟ୍ର ପ୍ରେମ ପ୍ରୀତି
ନାହିଁ ଜଗନ୍ନାଥ ଭକ୍ତି
ଗର୍ବିତ ହେଉଛୁ ଦେଖି ତୋ ସମ୍ପତ୍ତି, ହୀନ ମଣୁ ଅନ୍ୟବ୍ୟକ୍ତି !!
ନାହିଁ ଶୁଦ୍ଧି ଜ୍ଞାନ ତୋର
ଅସତ୍ୟରେ ନିରନ୍ତର
ଛାଡ଼ିମାତୃଭାଷା ପଢୁ ଅନ୍ୟଭାଷା,ଭାଷା ତ୍ୟାଗୀ ଜନନୀର!!
ଶାସ୍ତ୍ରରୁ ମୁଁ ଶୁଣି ଅଛି
ଅନ୍ତର ମୋ କହୁଅଛି
ମାତୃଭାଷା ଶିକ୍ଷା ନାହିଁ ଅନ୍ତର୍ଗତେ ପଶୁ କାର୍ଯ୍ୟ କରୁ ଅଛି !!
କର୍ତ୍ତବ୍ୟ ଏ ଜୀବନର
ରାଷ୍ଟ୍ର ପ୍ରେମ ନିରନ୍ତର
ମାତୃଭାଷା ପଢ଼ି ଆଗୁଆ ହୋଇବା କର୍ତ୍ତବ୍ୟ ଟି ମନୁଷ୍ୟର !!
ଆର୍ଯ୍ୟ ସନ୍ତାନ ମନୁଷ୍ୟ
କୀର୍ତ୍ତି ଯାର ଇତିହାସ
ଗର୍ବିତ ହୁଅ ତୁ ପଢ଼ି ମାତୃଭାଷା ଜୀବନେ ଶିକ୍ଷା ସର୍ବୋସ !!