STORYMIRROR

Pradeep Kumar Panda

Classics

2  

Pradeep Kumar Panda

Classics

ବିଦ୍ରୋହୀର ଖୋଲା ଆହ୍ୱାନ

ବିଦ୍ରୋହୀର ଖୋଲା ଆହ୍ୱାନ

4 mins
79

ଖୋଲା ଆହ୍ୱାନ ମୋର

ବିଦ୍ରୋହୀର

ଦୁନିଆର ସବୁ ଅତ୍ୟାଚାରୀଙ୍କୁ

ଯେତେ ସବୁ ଶୋଷକ-ଶାସକଙ୍କୁ

ପାରିବତ ଅବଦମିତ ମତେ କର

ନିସ୍ତେଜ କର ଚିନ୍ତା ଓ ଚେତନାକୁ ମୋର

ମତେ ହତ୍ୟାକର, ଧଂସକର


କିନ୍ତୁ ମନେରଖ


ମୁଁ ବିଦ୍ରୋହୀ

ମୁଁ ଇସ୍ପାତ

ଅଗ୍ନି ଦମନ-ଜାତନାର

ବଜ୍ର ଭଳି ଦୃଢକରେ ମୋ ଶରୀର

ପାରିବତ ସବୁ ଦମନର ଯନ୍ତ୍ର କର ବ୍ୟବହାର

ମତେ ଅବଦମିତ କର


ମୁଁ ବିଦ୍ରୋହୀ

ମୁଁ ରକ୍ତବୀଜ

ଝରୁଥିବା ପ୍ରତ୍ୟେକ ରକ୍ତବିନ୍ଦୁ ଥିବା ମୋ ଦେହରେ

ମତେ ବହୁଗୁଣିତ କରେ

ପାରିବତ ବୁହାଇଚାଲ ରକ୍ତବନ୍ୟା ମୋ ରକ୍ତରେ


ମୁଁ ବିଦ୍ରୋହୀ

ମୁଁ ସତ୍ୟ

ମହୀରୁ ଆକାଶ ବ୍ୟାପ୍ତି ମୋର

କଣିକାରୁ ସୂକ୍ଷ୍ମ ମୋ ଶରୀର

ମୁଁ ଧରିପାରେ ସବୁ ଆକାର

ମୁଁ ବି ନିରାକାର

ପାରିବତ ତୁମ ଜାଲର ଫନ୍ଦିକୁ କଣିକାରୁ କ୍ଷୁଦ୍ର କର

ତାର ପରିଧିକୁ ଆକାଶଠୁ ବଡ କର

ମତେ ଧରିନିଅ, ବନ୍ଦୀକର


ମୁଁ ବିଦ୍ରୋହୀ

ମୁଁ ଏକ ସ୍ୱପ୍ନ

ଖୋଲିକରି ହସିବାର, ଗାଇବାର ସ୍ୱପ୍ନ

ହାତଧରି ନାଚିବାର ସ୍ୱପ୍ନ

ମନଭରି ବଞ୍ଚିବାର ସ୍ୱପ୍ନ

ପାରିବତ ନିଷିଦ୍ଧ କର ମତେ

ନିର୍ବାସିତ କର ମତେ

ଘେରାଇ ଚାଲ ନିଜ ମନ ଅଗଣାରେ

ବିଦ୍ୟୁତ୍‌ ଭରା କଣ୍ଟାର ତାର ବାଡରେ


ମୁଁ ବିଦ୍ରୋହୀ,

ମୁଁ ଶାନ୍ତ ମଣିଷର ଅଶାନ୍ତ ସ୍ୱରୂପ

ମୁଁ ଅଶାନ୍ତ ମଣିଷର ଶାନ୍ତ ଅଭିବ୍ୟକ୍ତି

ପାରିବତ କେହି ମତେ ଚିହ୍ନଟ କରୁ

ମୋ ପୋଷାକରୁ

ମୋର ଖାଦ୍ୟ ଥାଳିରୁ

ମୋର ଧର୍ମ ଭାଷା ଜାତି ଓ ଲିଙ୍ଗରୁ

ମତେ ଧରିବା ପାଇଁ

ମତେ ହତ୍ୟା କରିବା ପାଇଁ

ମତେ କାରାରୁଦ୍ଧ କରିବା ପାଇଁ


ମୁଁ ବିଦ୍ରୋହୀ,

ଗୁଳା ବାଟ ପକାଇ ପଛରେ

ଅମଡା ବାଟରେ

ବ୍ୟସ୍ତ ନୂଆ ବାଟ ଖୋଜିବାରେ

ମୁଁ ଅବୋଲକରା ଦୁଃସାହାସୀ ଜଣେ

ପାରିବତ ଲଗାମ ଟାଣ

ଚିନ୍ତା ଓ ଚେତନାରେ ମୋର

ସବୁ ନୂଆ ଖୋଜିବାକୁ ନିଷିଦ୍ଧ ଘୋଷଣା କର

ବନ୍ଦ କରିଦିଅ ସବୁ ଦୁଆର ଝରକା ନିଜ ଘରର


ମୁଁ ବିଦ୍ରୋହୀ,

କେତେବେଳେ କାରୁଣ୍ୟ ତ

କେତେବେଳେ ବିଦ୍ରୁପ

କେତେବେଳେ ବଜ୍ରଧ୍ୱନୀ

ମୋର ପରିଭାଷା

କେତେବେଳେ କଲମ ମୂନରେ ତ

କେତେବେଳେ ରାଜରାସ୍ତାରେ

କେବେ ପୁଣି ଘନ ଜଙ୍ଗଲରେ

ମୋର ଆବିର୍ଭାବ

ପାରିବତ ଗିରଫ ମତେ କର

ଲଗାମ ଲଗାଅ ମୋ ମନରେ

ମତେ ଗୁଳିକର ଫାସୀଦିଅ ହତ୍ୟାକର

ଏ ଖୋଲା ଆହ୍ୱାନ ବିଦ୍ରୋହୀର

ତୁମକୁ

ଦୁନିଆର ସବୁ ଅତ୍ୟାଚାରୀଙ୍କୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics