STORYMIRROR

Amit Bal

Romance Tragedy

3  

Amit Bal

Romance Tragedy

ବିଦୀର୍ଣ୍ଣ ମନର ଅବଶୋଶ

ବିଦୀର୍ଣ୍ଣ ମନର ଅବଶୋଶ

1 min
245

    ଇଚ୍ଛା ଥିଲା ଦିନେ, ଜୀବନର ପଥ,

       ଚାଲିବାକୁ ଧରି ତମ ହାତ, 

     ହେଲେ ‌‌‌ମୁଁ ଯେ ମୋ ମନ କଥା

  ତମକୁ କେବେ କହିପାରିନି,

       ଏକଥା ବି ଚିରନ୍ତନ ସତ .....


   ଆଜି ମଧ୍ୟ ମାନିବାରେ ମୋ ଦ୍ୱିଧା ନାହିଁ

      ତମେ ହିଁ ମୋ ପ୍ରଥମ ପ୍ରେମ

      ଆଉ ତମେ ହିଁ ମୋ ଶେଷ,

 ପୁଣି ଭାବେ କେଉଁ ନାଁ ଦେବି ଆମ ସମ୍ପର୍କକୁ

 ଯେତେବେଳେ କି ସରିବାକୁ ବସିଲାଣି ଆୟୁଷ ......


     ସତରେ ଦୁର୍ମୂଲ୍ୟ ଭାବନା ମୋର

      ନା ଅଛି ତାଳ ନା ଅଛି ସ୍ୱର,

 ଖାଲି ଯାହା ଶବ୍ଦମାନଙ୍କର ନିରବ କାକଳୀ

  ଏବେତ ସମୟ ଅତିକ୍ରମ କଲାଣି ଗୋଧୂଳି

     ଟିକିଏ ପରେ ହେବ ବିଭାବରୀ

 ଏବଂ ଦେଖୁ ଦେଖୁ ଛିଣ୍ଡିଯିବା ଭାବନାର ଡୋରି,


      ଅବଶୋଶ କେବଳ ରହିଯିବ

ପାରିଲିନି ତମକୁ ଏ ଜୀବନେ କିଛି ହେଲେ କହି

     ସ୍ୱପ୍ନମାନଙ୍କୁ ସାଉଁଟିବାକୁ ଯାଇ

   ଖାଲି ଯାହା ଜୀବନ ତମାମ ନଦୀ ପରି

      ଏକା ଏକା ନିଜେ ଗଲି ବୋହି ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance