ବିଧିର ବିଧାନ କେ କରିବ ଆନ
ବିଧିର ବିଧାନ କେ କରିବ ଆନ
ବିଧିର ବିଧାନ କେ କରିବ ଆନ
ବହମାନ ଚିରନ୍ତନ
ଵସୁନ୍ଧରା କୋଳେ ଅଦ୍ଭୁତ ଅପୂର୍ବ
ଲୀଳା ନୃତ୍ୟ ବିରଚନ ।
ବିଧି ମତେ ଚଳି ଆସୁଅଛି ବୋଲି
ବୁଝି ହୁଏ ନାହିଁ କିଛି
ବିପଦ ଆପଦ ବିଚ୍ଛେଦ ଓ ଖେଦ
ଦାହ ଦୁର୍ବିସହ ସ୍ଥିତି ।.
ବିଧାନ ର ଅନୁସାରେ ଚିର ଦିନ
ଚଳୁ ଅଛି ସବୁ ଠାରେ
ବିବର୍ତ୍ତିତ ଏହି ସୁୁବିଶାଳ ବିଶ୍ଵ
ବହମାନ ସ୍ରୋତ ଧାରେ ।
ବିଚି ମାଳା ପରି ମହା କାଳାର୍ଣ୍ଣବ
କୋଳେ ନିତ୍ୟ ଉଦ୍ବେଳିତ
ବିଲୋକନେ ଭୟ ଆତଙ୍କେ ଶିହରୀ
ଉଠଇ ଉତ୍କଣ୍ଠା ନିତ୍ୟ ।
ବ୍ୟବହାର୍ଯ୍ୟ ବିଧି ବ୍ୟବସ୍ଥା ଅବସ୍ଥା
ଭାବ , ଅନୁଭବ ମାନ
ବହନ କରିଣ ହୁଏ ସଂଚାଳନ
ବିଶ୍ୱେ ସଭି
ଙ୍କ ଜୀବନ ।
ବ୍ୟବସ୍ଥା ର ଅନୁଧ୍ୟାନ କରି ଗଢ଼ା
ଅଟେ ଯେତେ ସବୁ ବିଧି
ବିଧି ଓ ବିଧାନ ପାଳି ସିନା ଜନ
ଲଭନ୍ତି ସବୁଠି ସିଦ୍ଧି ।
ବିଭୀଷିକା ସୃଜେ ଅବିଭେଦ୍ୟ ନୀତି
ଅଟେ ସ୍ରଷ୍ଟା ଙ୍କ ବିଧାନ
ବିମୋହିତ ନିତି କରେ ନବ ନୀତି
ମୁଢ଼ ପ୍ରାଣୀ ମନ ପ୍ରାଣ ।
ବିଭାବନୀୟ ଯେ ଅବଶ୍ୟ ହିଁ ଘଟେ
ଭବିତବ୍ୟ ଭାବେ ଜଣା
ଵିଲୀୟମାନ ଏ କାଳ ର କବଳେ
ବୁଦ୍ଧି ବୃତ୍ତି ସବୁ ବଣା ।
ବିଲୁପ୍ତ ଵିଲୀନ ସଦା ଚିରନ୍ତନ
ଚିତ୍ତ ବୃତ୍ତି ଅନୁକ୍ଷଣ
ବିରୋଧନ ପାଇଁ ଶକ୍ତି ପାଏ ନାହିଁ
ବିଧାନ ର ବିକର୍ଷଣ ।
ବିଘ୍ନ ସୃଷ୍ଟି କରେ ବିଡମ୍ୱନୀୟ ସେ
ବିଧ୍ୱସ୍ତ କରେ ସକଳ
ବିଧିବର୍ଦ୍ଧ ନୀତି ନିୟମ କୁ ନିତି
ମାନି କରି ଏଣୁ ଚଳ ।