STORYMIRROR

Kailash Mallick

Inspirational

4  

Kailash Mallick

Inspirational

ବିଧବା ମଥାରେ ସିନ୍ଦୁର

ବିଧବା ମଥାରେ ସିନ୍ଦୁର

2 mins
262


କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଗ୍ରାମ କୁମ୍ଭାରଟଙ୍କା,

ସତ ଘଟଣାଟେ ଘଟିଛି ଶୁଣି ଲାଗଇ ଶଙ୍କା I

ବିଧବା ମଥାରେ ସାଜିଲା ପୁଣି ନୂଆ ସିନ୍ଦୁର,

ବିବାହ ବନ୍ଧନେ ଆବଦ୍ଧ କଲେ ନିଜ ଦିଅର I

ବିଧବା ବିବାହ କଥାଟା ଲାଗେ ଟିକେ ଅଡୁଆ

ନୁହେଁ ଅସଂଗତ ଘଟଣା କିବା ନୁହଇଁ ନୂଆଁ I

ପିତା ପୁରୋସ୍ତମ ସେଠୀଙ୍କ ବଡପୁଅ ସୁନୀଲ,

ପ୍ରେମ ବିବାହ କରିଥିଲେ ସେହି ଗାଁ ଝିଅ କାଜଲ I

କ୍ୟାନସର ରୋଗରେ ସୁନୀଲ ଗଲେ ଆରପାରିକୁ,

 ଦୁଃଖ ଦେଇଗଲେ କାଜଲ ଆଉ ତିନି ଛୁଆଙ୍କୁ I

ସହଜେ ଅଳପ ବୟସ ବାପ ଭାଇ ବର୍ଜିତା,

ସ୍ୱାମୀକୁ ହରାଇ ନିରାଶ ହେଲା ସେ ଅଭିଶପ୍ତା I

ଦିନୁଦିନ ଦୁଃଖ ବଢିଲା ତନୁ ହୋଇଲା କ୍ଷୀଣ,

କେମିତି କାଟିବ ଜୀବନ ଦେହେ ଭରା ଯୌବନ I

ଚଞ୍ଚକ ପୁରୁଷ ସମାଜେ କେତେ ରଖିବ ଟାଣ

ପାଦେ ପାଦେ ପାଦ ଖସିବ ଯିବ ମହତ ମାନ I

କାମ ଦାମ କରି ବସିଲେ ହେବ ଘରୁ ବାହାର,

କେ ବୁଝିବ ତା'ର କଷଣ କରିବେ ଟିଟିକାର I

ନାରୀଦୁଃଖକୁ ଅନୁଭବ କଲେ ଶାଶୁ ଶାନ୍ତିଲତା,

ରାତି ରାତି ନିଦ ହେଲାନି ଖାଲି ବଢିଲା ଚିନ୍ତା I

ମାତୃ ସ୍ନେହ ମାତୃ ମମତା ସ୍ବର୍ଗଠୁ ଗରୀୟାନ,

ତିନି ନାତି ପାଇଁ ବିକଳ ଛାଡ଼ିଯାଏ ତା' ପ୍ରାଣ I

ନିଜ ରକତରୁ ଜନମି ହେବେ ଅନାଥ ଛୁଆ,

କେତେ ଦୁଃଖକଷ୍ଟ ସହିବେ କିଏ ହୋଇବେ ସାହା I

ଶାଶୁ ଶଶୁର ଦୁଇଜଣ କଲେ ମନରେ ସ୍ଥିର,

ସାନପୁଅ ଆସୁ ବିଦେଶୁ ହବ ୟାର ବିଚାର I

ଫେରିଲା ବିଦେଶୁ ଅନୀଲ ହେଇ ହରଷ ଚିତ୍ତ,

ଦେଖିଲା ବିରସ ଭାବରେ କାନ୍ଦନ୍ତି ପିତମାତ I

ପିତାମାତା ପାଖେ ସନ୍ତାନ ପାଇଁ ବାତ୍ସଲ୍ୟ ପ୍ରେମ,

ଋଣ କେ ସୁଝିଛି ଜୀବନେ ନେଲେ ଶହେ ଜନମ I

ବାପାମାଆ କଥା ଶୁଣିଣ ପୁଅ ହେଲା ବିବ୍ରତ,

କି କରିବ ବୁଦ୍ଧି ଦିଶୁନି ଜ୍ଞାନ ହୋଇଲା ହତ I

ମାଆ ବୁଝେଇ କହେ ତୋର ହେବ କଲ୍ୟାଣ,

ଆମ କଲ୍ୟାଣରୁ ହସିବୁ ତୁହି ସାରା ଜୀବନ I

କୁନି କୁନି ତିନି ଛୁଆଙ୍କ ମୁହେଁ ଫୁଟିବ ହସ,

ନାରୀ ହେଇ ଦେଖି ପାରୁନି ନାରୀ ବିଧବା ବେଶ I

 ମୋ ପୁଅ ସୁନୀଲ ମରିନି ଅନୀଲ ରୂପେ ଅଛି,

ମୋ ବୋହୁ ବିଧବା ହେଇନି ନାଲି ରଙ୍ଗେ ହସୁଛି I

ଯଦି ଧନ କଥା ରଖିବୁ ଦେବୁ ମମତା ମୂଲ,

ଛାତି ଫୁଲେଇ ମୁଁ କହିବି କେହି ନାହିଁ ତୋ ତୁଲ I

ଜନ୍ମଦାତ୍ରୀ ମାଆ ମନକୁ ଅନୀଲ ବୁଝିଗଲେ,

ଭାଉଜଙ୍କୁ ବିଭା କରିବି ସତ୍ୟ ବଚନ ଦେଲେ I

ଗ୍ରାମସଭା ଡାକି ପୁରସ୍ତମ ସବୁ କଥା କହିଲେ,

ଶୁଣି ଗ୍ରାମବାସୀ ସକଳେ ବଡ ଆନନ୍ଦ ହେଲେ I

ଗ୍ରାମ ମନ୍ଦିରରେ ବିରାଜମାନ ଶ୍ରୀ ଜଗନ୍ନାଥ,

କାଜଲ କଷଣ ଫେଡ଼ିଲେ ପ୍ରଭୁ ସେ ପଦ୍ମନେତ୍ର I

ଅକୁପାର ତାଙ୍କ ମହିମା କିଏ ଅବା କଳିଛି,

କନ୍ଦାଏ କାହାକୁ ହସାଏ ଏକା ସେହି ଜାଣିଛି I

କରି କରାଉଛି ସଂସାରେ ସବୁ ଲୀଳା ତାହାର,

ତା କୃପାରୁ ମାଥେ ପିନ୍ଧିଲା ବିଧବା ତ ସିନ୍ଦୁର I

ସ୍ୱାଗତ ହେ ପୁରୁଷୋତ୍ତମ ସ୍ୱାଗତ ଶାନ୍ତିଲତା,

ଦୟା କ୍ଷମା ଧର୍ମ ବଳରେ ହେଲ ଜଗତଜିତା I

ଧର୍ମର ମୁରତି ନାରୀହେ, ବୁଝ ନାରୀ ଧରମ,

'ସ୍ଵର୍ଗାଦପି ଗରିୟସୀ 'ଙ୍କୁ କୈଳାସର ପ୍ରଣାମ।


Rate this content
Log in

Similar oriya poem from Inspirational