STORYMIRROR

Dr.Omm Prasad Pradhan

Abstract

2  

Dr.Omm Prasad Pradhan

Abstract

ବିଦାୟ

ବିଦାୟ

1 min
3.1K

ଆଜି ଆମେ ଦେଉଛୁ ସମ୍ବର୍ଦ୍ଧନା, ବିଦାୟ ବେଳର

ଇଛା ତ ହେଉନି ,କିନ୍ତୁ ଛାତି କୁ କରି କଠୋର

ଦେବା କୁ ତ ପଡ଼ିବ , ବିଧି ର ବିଧାନ ଏ ବିଚିତ୍ର

ଚାହୁଁ ଚାହୁଁ ବଦଳୁଛି ଏ କଲେଜ ର ଚିତ୍ର

ହେଲେ ଆମ ମନର କାନ୍ଭାସ ଉପରେ

ସବୁଦିନେ ଝଲସୁ ଥିବ ତୁମର ସ୍ମୃତି ଚିତ୍ର


ଜଣାନାହିଁ ଆଉ କେବେ ଦେଖାହେବ

କି ଭୁଲିଯିବ ଏହି କ୍ଷୀଣ ସମ୍ପର୍କ କୁ ଦୂର କରି

ଯେଉଁ ସମ୍ପର୍କ ରେ ଦିନେ ରହିଥିଲା

ଆତ୍ମୀୟ ଠୁ ବଳି ବନ୍ଧନ ର ଡୋରି

କେଉଁ ଜନ୍ମର ମାୟା ଲେଗେଇଲ କେଜାଣି

ବାରମ୍ବାର ଖାଲି ଲୁହ ଗୁଡିକ ଜକେଇଲେଣି

ହଉ ଯିବ ତ ନିଶ୍ଚୟ ହେଲେ ଆମ ମନରୁ ନୁହେଁ

ଏତିକି ମାଗୁଣି ,ଯେମିତି ଆମ କଥା ମନେରୁହେ


ହେଲେ ,ହେଉ ପଛେ ବ୍ୟସ୍ତତା ର ତାଣ୍ଡବ

ସମୟ ର ସାଇଁ ,ସାଇଁ ଗତି ର ଆବେଗ

ହେଲେ କେବେବି ଆମ ପାଇଁ ନହେଉ

ସ୍ନେହ ,ପ୍ରେମ , ଆଉ ସମୟ ର ଅଭାବ

ଆମ ପାଇଁ ତୁମେ ଯେମିତି ଥିଲ

ଆଗକୁ ମଧ୍ୟ ଠିକ ସେମିତି ରହିବ

ବଡ ସବୁବେଳେ ବଡ ହେଇ ରହିବ

ହେଲେ ଟିକେ ବେଶୀ ସାଙ୍ଗ ହେଇ ରହିବ

ଆମେ ତୁମର ସ୍ମୃତିକୁ ,ଆଉ ତୁମେ ଆମକୁ

ସବୁବେଳେ ଠିକ ଏମିତି ମାନେରଖିବ

କେବଳ ଏତିକି କହିବି ବୁଲିବେନି ଆମକୁ

ନହେଲେ ମନ ଦୁଃଖ ହେବ

କେତେବେଳେ କେମିତି ହେଉନା କାହିଁକି

ଟିକେ ମନେପକୋଉଥିବ ,ଟିକେ ଝୁରି ହେଉଥିବ   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract