ବିଦାୟ. ପ୍ରତାପ ନାୟକ ,,,,,
ବିଦାୟ. ପ୍ରତାପ ନାୟକ ,,,,,
ଯଦି ଚାଲିଯିବାର ଥିଲା
ଦଶହରା ଦେଖି
ତେବେ କାହିଁକି ଆସିଥିଲୁ ଯେ
କଣ କେବଳ କନ୍ଦେଇବାକୁ
ଅଶିଣ ପିଠିରେ
ଝୁରେ କାଶ ତଣ୍ଡି
ଝୁରେ ପୁଣି କଳିହୁଡି ପାହାଡିଆ ମେଘ
ଯିଏ ପରା ଦିନେ ଡରୋଉଥିଲା
ଦେଖେଇକି ତାର ଡିମା ଆଖି
ହସି ହସି ଭସୋଉ ଥିଲା ଯେଉଁ ତଟିନୀ
ସିଏ ବି ମାଟି ମଳମଳ ଛାତିରେ
କାନ୍ଦିକି ଲହୁଲୁହାଣ
ଆସିଲୁ ବଜେଇ ଘଣ୍ଟ
ଗଲୁ ପୁଣି ମୃଦଙ୍ଗ ସଭାରେ
ସତରେ ଯାଣି ପାରୁନି ପୁଅ ତୋର
ଖେଳୁଛି ସେ ରଂଗଣୀ ଜଳରେ
କେତେ ନିଷ୍ପାପ ହୃଦ ତାର
ଚାପି ଧରେ ଛାତିର କୋହକୁ
ମାନିନିଏ ସରଳ ମନରେ
ସତ୍ୟ ପୁଣି ସେ ଚିରନ୍ତନର
କହିଲୁ ତୁ
ଯଦି ଚାଲିଯିବାର ଥିଲା
ଦଶହରା ଦେଖି
ତେବେ କାହିଁକି ଆସିଥିଲୁ ଯେ
କଣ କେବଳ କନ୍ଦେଇବାକୁ
ଅଶିଣ ପିଠିରେ