STORYMIRROR

pratap nayak

Classics

3  

pratap nayak

Classics

ବିଦାୟ. ପ୍ରତାପ ନାୟକ ,,,,,

ବିଦାୟ. ପ୍ରତାପ ନାୟକ ,,,,,

1 min
337

ଯଦି ଚାଲିଯିବାର ଥିଲା 

ଦଶହରା ଦେଖି

ତେବେ କାହିଁକି ଆସିଥିଲୁ ଯେ

କଣ କେବଳ କନ୍ଦେଇବାକୁ 

ଅଶିଣ ପିଠିରେ

 ଝୁରେ କାଶ ତଣ୍ଡି

ଝୁରେ ପୁଣି କଳିହୁଡି ପାହାଡିଆ ମେଘ

ଯିଏ ପରା ଦିନେ ଡରୋଉଥିଲା 

ଦେଖେଇକି ତାର ଡିମା ଆଖି

ହସି ହସି ଭସୋଉ ଥିଲା ଯେଉଁ ତଟିନୀ

ସିଏ ବି ମାଟି ମଳମଳ ଛାତିରେ 

କାନ୍ଦିକି ଲହୁଲୁହାଣ

ଆସିଲୁ ବଜେଇ ଘଣ୍ଟ

ଗଲୁ ପୁଣି ମୃଦଙ୍ଗ ସଭାରେ

ସତରେ ଯାଣି ପାରୁନି ପୁଅ ତୋର

ଖେଳୁଛି ସେ ରଂଗଣୀ ଜଳରେ

କେତେ ନିଷ୍ପାପ ହୃଦ ତାର

ଚାପି ଧରେ ଛାତିର କୋହକୁ

ମାନିନିଏ ସରଳ ମନରେ

ସତ୍ୟ ପୁଣି ସେ ଚିରନ୍ତନର

କହିଲୁ ତୁ

ଯଦି ଚାଲିଯିବାର ଥିଲା 

ଦଶହରା ଦେଖି 

ତେବେ କାହିଁକି ଆସିଥିଲୁ ଯେ

କଣ କେବଳ କନ୍ଦେଇବାକୁ

ଅଶିଣ ପିଠିରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics