STORYMIRROR

Bijoy Jena

Inspirational Others

3  

Bijoy Jena

Inspirational Others

ବିଦାକି ବେଳାରେ

ବିଦାକି ବେଳାରେ

1 min
313


 

ସରିଗଲା ତୋର   ଅଳି ଅରଦଳି

    ବାପ ଘର ମୋହ ମାୟା

ଗାଆଁ ଦାଣ୍ଡ ଧୂଳି  ପୋଖରୀ ଗାଧୁଆ

   ତୋ ସ୍ମୃତିରେ ହେବ ଛାୟା!

ବରଗଛ ଛାଇ   ଚହଲା ପାଣିରେ

    ଡିଆଁ କୁଦା ହେଲା ପର

ଖୁଦୁରୁକୁଣୀର   ଏବାଡ଼ି ସେ ବାଡ଼ି

  ଫୁଲତୋଳା ସାଥୀ ସ୍ୱର!

ଆମ୍ବ ଗଛ ମୂଳେ  ରଜ ଦୋଳି ବନ୍ଧା

    ଫଗୁଣେ ଅବିର ଖେଳ

ବଉଳବେଣୀର ଗୀତ ତାଳେତାଳେ

  ସାଥୀ ସାଙ୍ଗ କଳି ଗୋଳ!

ପାହାନ୍ତି ଅନ୍ଧାରୁ   ପୁଷ୍କରିଣୀ ତୁଠେ

    ଚୁପି ଚୁପି କଥା କାନେ

ବୋଉର ତାଗିଦା  ଫେରିବୁ ସଅ

  ଭାବନା ଆସିବ ମନେ!

ରାସ ସୁଆଙ୍ଗରେ  ଆହାକି ଆନନ୍ଦ

    ବନ୍ଧୁ ବାନ୍ଧବ ଗହଣ

କାସାଥେ ସଙ୍ଗାତ କାସାଥେ ବଉଳ

   ହେବଲୋ ସାତସପନ!

ଝିଅ ଜନମତ   ପର ଘରକୁଲୋ

     ଏତ ବିଧିର ବିଧାନ

ସୁମରି ଏହାକୁ     ଦୁହିତା ନାମକୁ

      ରଖିଥିବୁ ସଦା ଧ୍ୟାନ!

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational