ବିଚିତ୍ର ସଂସାର
ବିଚିତ୍ର ସଂସାର
ବିଚିତ୍ର ସଂସାର ଟି ଏହି
ବୁଝିବା ଅସମ୍ଭବ ଏହି ।
ପ୍ରଭୁଙ୍କ ଭିଆଣଟି ଏହି
ଦେବତା ନ ଜାଣନ୍ତି ଏହି।
ଛାର ମନୁଷ୍ୟ କି ବୁଝିବ
ମର୍ମ ତାହାର ନ ପାଇବ ।
ପ୍ରଭୁଙ୍କ ଭକ୍ତିରେ ବୁଝିବ
ନିସ୍ବାର୍ଥ କର୍ମ ହିଁ କରିବ।
ବିପଦ ବୁଝି ନ ପାରନ୍ତି
ମୋହ ମାୟାରେ ପଡିଥାନ୍ତି ।
ବିପଦ କଷ୍ଟ ସହୁଥାନ୍ତି
କର୍ମକୁ ଆଦରି ରୁହନ୍ତି ।
ପ୍ରଭୁଙ୍କ ମାୟା ଅଗୋଚର
କରୋନା ଆଶିଛି ପ୍ରଖର ।
ଯନ୍ତ୍ରଣା ଦେଉଛି ଦେଶରେ
ଦୂର କର ହେ ନିରାକାରେ।
ଭରସା ତୁହି ହିଁ ମୋହର
ତୋ ବିନା ଗତି ନାହିଁ କା'ର।
ଜଗତ କର୍ତ୍ତା ହିଁ ଟି ତୁହି
ସମସ୍ତ କାରଣ ହିଁ ତୁହି।
ସବୁତ ଭିଆଣ ତୋହର
ସୁଖ ଦୁଃଖର ଏ ସଂସାର।
କାହାକୁ ଭିକାରୀ ତୁ କରୁ
କାହାକୁ ଧନବାନ କରୁ।
ଜଗତେ ଦୁର୍ଲ୍ଲଭ ତୋ ମାୟା
ଜାଣନ୍ତି ନାହିଁ କିଏ ମାୟା।
ଘୋର ବିପଦ ପଡିଅଛି
ଯନ୍ତ୍ରଣା ଅତି ହିଁ ଦେଉଛି।
କରୋନାଟି ଦୂର ହେଉ
ଜଗତ ମଙ୍ଗଳ ହିଁ ହେଉ।
ବିଚିତ୍ର ସଂସାରଟି ଏହି
ବୁଝିବା ଅସମ୍ଭବ ଏହି।
