STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ବିଚିତ୍ର ସଂସାର

ବିଚିତ୍ର ସଂସାର

1 min
272


ଖାଇଖାଇ କିଏ ମରୁଛି କେବେ ଜେଲ ଯାଏ,

ଧାଇଁଧାଇଁ କିଏ ମରୁଛି ବାଟ ଖୋଜି ନ ପାଏ ।


ଚାହିଁ ଚାହିଁ କିଏ ମରୁଛି ଈର୍ଷା ଅହଙ୍କାରରେ,

ଶୋଇଶୋଇ କିଏ ମରୁଛି ରୋଗ ବଇରାଗରେ ।


କହିକହି କିଏ ମରୁଛି କଥା ସରେନା ତା'ର,

ରହିରହି କିଏ ମରୁଛି ବୁଲି ବାର ଦୁଆର ।


ବସିବସି କିଏ ମରୁଛି ପରଛିଦ୍ରକୁ ଖୋଜି,

ହସିହସି କିଏ ମରୁଛି ନିଜେ ପାଗଳ ସାଜି ।


ଖଟିଖଟି କିଏ ମରୁଛି ନାହିଁ ଉପାୟ ତା'ର,

ରାଗିରାଗି କିଏ ମରୁଛି ନ କରି ଉପକାର ।


କାନ୍ଦିକାନ୍ଦି କିଏ ମରୁଛି ଦୁଃଖ କଷଣ ପାଇ,

ବାନ୍ଧୁବାନ୍ଧୁ କିଏ ମରୁଛି ଆଉ ପାଇବା ପାଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics