STORYMIRROR

Chinmayee Sahoo

Abstract

2  

Chinmayee Sahoo

Abstract

ବିଚିତ୍ର ବିଚାର

ବିଚିତ୍ର ବିଚାର

1 min
3.3K

ମନ୍ଦିର ପ୍ରାଙ୍ଗଣେ ପ୍ରସାଦ ବଣ୍ଟନ

ଦୁଃଖୀ ରଙ୍କୀ ହସ୍ତପ୍ରସାରି ଉଚ୍ଛନ୍ନ


ସେବନ କରନ୍ତି ଉଦର ପୁରାଇ

ଦେଖି ଦେଖି ଭୋକି ବିକଳ ହୁଅଇ


ଆହା ଅସହାୟ ବନ୍ଦିନୀ ର ପ୍ରାଣ

ଗବାକ୍ଷ ରେ ଚାହିଁ ରହିଛି ମଉନ


ସବୁ ଜାଣି କାହିଁ କଠୋର ହୃଦୟ

କରୁଣା ସାଗର ପ୍ରଭୁ ଦୟାମୟ


ହୁଅ ବାରେ ନାଥ ହୁଅ ହେ ସଦୟ

ନିଶି ଦିନ ତୁମ ଠାରେ ଯା''ର ଲୟ


ତଥାପି କାହିଁକି ହେଉଛି ଉଛୁର

ଶୁଖି ଯାଇଛି କି କୃପା ପାରାବାର


ନିର୍ଦୋଷରେ କିଏ ଦଣ୍ଡେ ହୁଏ ଦଗ୍ଧ

ଦୋଷି ନିର୍ବିଘ୍ନରେ ସୁଖେ ଗଦଗଦ


କା'ର ସୁଖ ଅସରନ୍ତି ଗନ୍ତାଘର

କା'ର ଦୁର୍ଭାଗ୍ୟ ହିଁ ଚିର ସହଚର


ବିଚିତ୍ର ବିଚାର ଆହେ ବିଶ୍ଵେଶ୍ଵର

କାହିଁ ଅନ୍ନଧ୍ୱଂସ କାହିଁ ଅନାହାର


ତଥାପି କାହିଁକି ତୁମେ ନିରୁତ୍ତର

ଦୀନ ବନ୍ଧୁ ନାମ ବୃଥା କି ତୁମର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract