ବିଚ୍ଛେଦ
ବିଚ୍ଛେଦ
ବହୁ କ୍ଷଣ ପରେ ଯେବେ ଆଖି ମୁଁ ଖୋଲିଲି
ଦେଖିଲି ସବୁ ଲାଗେ ମୋତେ ଅନ୍ଧାର ,
ବଡ ବିକଳରେ ମନେ ମନେ କେତେ ତୁମକୁ ଖୋଜିଲି
ପାଇଲି ନାହିଁ ,ତୁମେ କରିଦେଲ ପର ।
ଯଦି ଏତେ କଥା ତୁମ ସବୁ ମନରେ ଥିଲା
କାହିଁକି ମୋତେ କଥା ଦେଇଥିଲ ତୁମେ ,
କହିଥିଲ କେତେ ଆଦର ସ୍ନେହରେ ହସ ହସ ମୁଖେ
କେବେ ଅଲଗା ହେବା ନାହିଁ ଆମେ ।
କେତେ କେତେ ସ୍ବପ୍ନ ଦେଖାଇଲ ମୋତେ ସବୁ ତୁମେ
ହଜିଥିଲି ସେହି ତୁମରି ସ୍ବପ୍ନ ଭିତରେ ,
ଭାବିଥିଲି ତୁମେ କେତେ ଭଲ ,କରିଛ ମୋତେ ନିଜର
ବିଶ୍ୱାସ ଥିଲା ମୋର ତୁମ ଭରସାରେ ।
ଏବେ ଲାଗେ ମୋତେ ,ତୁମ ସେହି ସବୁ କଥା
ଝିପି ଝିପି ବରଷାର ପ୍ରତାରଣା ପରି ,
ଖାଲି ଝରେ ସିଏ ସିନା ,ମାଟିକୁ ଦିଏ ଭିଜାଇ
ମୋତେ କରିଛ ତୁମେ ଭିଜାମାଟି ପରି ।
ଅଧୁରା ରହି ସେହି ଭିଜା ମାଟି ,ବର୍ଷା ପାଇଁ
ଚାହେଁ ଶସ୍ୟ ଶ୍ୟାମଳା ହେବା ଲାଗି ,
ପ୍ରକୃତିର ଖେଳ ବୁଝି ପାରେ ନାହିଁ ତାର ମନ
ଦୁଃଖରେ ମନେ ମନେ ଯାଏ ରାଗି ।
ତଥାପି ସାହିଯାଏ ସିଏ ସବୁ ଜଗତ କଲ୍ୟାଣ ପାଇଁ
ଆଶା ଭରସାରେ ଚାହିଁ ତ ରହିଥାଏ ,
ଆକାଶକୁ ଚାହିଁ କେତେ ବିକଳେ ସିଏ ବରଷିବାକୁ କହେ
କିନ୍ତୁ ,ତାର ବେଦନାକୁ ବୁଝିବ କିଏ ।
ଆଜି ତୁମେ ମୋତେ ଯେବେ ପର କରି ଦେଲ
ଖାଲି ଦୁଃଖରେ କାନ୍ଦି କାନ୍ଦି ମଲି,
ଦେଖ ତୁମେ ଆସି ,ମୋର ସେହି ଆଖି ଲୁହରେ
ମାଟିକୁ ଭିଜାଇ ଭିଜା ମାଟି କରିଲି ।
ସହି ପାରୁନାହିଁ ଏବେ ଏହି ବିରହ ବେଦନା ଆଉ
ଦିନ ମୋତେ ଲାଗେ ରାତି ପରି ,
ଆମ ବିଛେଦର ଦାରୁଣ ଯନ୍ତ୍ରଣା ସହି ହୁଏ ନାହିଁ
ଭାବୁଛି, ଏବେ ଏକା ବଞ୍ଚିବି କିପରି ।
