STORYMIRROR

Lokanath Rath

Romance Classics Inspirational

3  

Lokanath Rath

Romance Classics Inspirational

ବିଚ୍ଛେଦ

ବିଚ୍ଛେଦ

1 min
153


କେବେ କେବେ କିଛି କଥା ବୁଝି ହୁଏନା 

   ଯାହା ବୁଝି ହୁଏ ସବୁ ଛୁଇଁ ଯାଏ, 

ଆଉ ଧୀରେ ଧୀରେ ହୋଇଯାଏ ମିଠା ପ୍ରେମ 

  ରାଗ ରୁଷା ଥାଏ,ବିଛେଦର ଭାବ ନଥାଏ ।


ସେହି ପ୍ରେମରେ ପ୍ରେମରେ ମନ ମତୁଆଲା ହୁଏ 

  କେହି ରାଗି ଗଲେ, ଟିକେ ହସ ପାଇଁ 

କେତେ କେତେ ସବୁ କଥା କହିବାକୁ ହୁଏ 

  ବିଛେଦର କଥା କେହି କେବେ ଭାବେ ନାହିଁ ।


ସେହି ଟିକେ ହସ ଓଠରେ ଫୁଟାଇବା ପାଇଁ 

  ପ୍ରେମୀ କରଇ କେତେ ଚେଷ୍ଟା ମନ ପ୍ରାଣେ, 

ସଫଳ ହୋଇ ପାଏ ସିଏ ଅପାର ଆନନ୍ଦ 

  କୁତ୍ରିମ ବିଚ୍ଛେଦ ପରେ ତାହା ମନ କିଣେ ।


ତଥାପି କାହିଁକି କେଜାଣି ବେଳେ ବେଳେପ୍ରେମରେ 

  ଲାଗେ ଅଜଣା ଆଶଙ୍କାର କିଛି ବଡ଼ ଡର, 

ଦେଖି କିଛି ପ୍ରତାରଣା ମନ କରଇ ପ୍ରଶ୍ନ 

  କେମିତି ସହିବ ପ୍ରେମୀ ଯନ୍ତ୍ରଣା ପ୍ରେମ ବିଛେଦର


କିନ୍ତୁ ଏହା ସତ୍ୟ,ପ୍ରେମ କେମିତି ହୁଏ 

  କେହି କେବେ ଜାଣେ ନାହିଁ, କହି ହୁଏନା, 

ପ୍ରେମ ଏକ ମାର୍ଗ ଅଟେ ଜୀବନ ଯାତ୍ରାର 

 ସେଥିପାଇଁ ବିଛେଦକୁ କେବେ କେହି ପ୍ରେମୀ ଡରେନା ।


ଯଦି କେହି କହେ ସିଏ ପ୍ରତାରିତ ହୋଇଛି 

  ତାର ନିସ୍ଵାର୍ଥ ସେହି ପ୍ରେମ ଆଉ ଭଲପାଇବାରେ, 

ବୁଝିବାକୁ ହେବ କିଛି ଭୁଲ ବୁଝାବଣା ହୋଇଛି 

  କିମ୍ବା ଭଲପାଇବାର ବାହାନା ଥିଲା, ବୁଝୁଛି ବିଛେଦରେ ।


ନୀରବତା ବେଳେ ବେଳେ କରାଏ କିଛି ଖେଳ 

  ଯଦି ଭଲପାଇବା ଏକ ନିସ୍ଵାର୍ଥ ନିର୍ମଳ ପ୍ରେମ, 

ଯେତେ ଦୂରେ ଥିଲେ ମଧ୍ୟ ଭୁଲି ହୁଏନା 

  ତାକୁ ବିଚ୍ଛେଦ କହିବା ଅଟେ ଏକ ଭ୍ରମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance