Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Romance Tragedy

4  

Prafulla Chandra Mishra

Romance Tragedy

ବିଚ୍ଛେଦ ର ଚିତ୍ର ଗୀତି

ବିଚ୍ଛେଦ ର ଚିତ୍ର ଗୀତି

1 min
260



ବିଚ୍ଛେଦ ଏମିତି କରୁଣ ଶବଦ ତରୁଣ ଜୀବନ ଅରୀ

ଗୋପେ ଗୋପାଙ୍ଗନା କୃଷ୍ଣ ବିଚ୍ଛେଦରେ ଯନ୍ତ୍ରଣା ଭୋଗ ଯେପରି 

ସୀତାକାନ୍ତ ସୀତା ବିଚ୍ଛେଦରେ ବନେ ବୁଲେ ନିଦ୍ରା ପରିହରି

ବିଚ୍ଛେଦ ଏମିତି ଦାରୁଣ ଶବଦ ଦିଏ ହତଶିରୀ କରି ।।


ଦୁଷ୍ମନ୍ତ ବିଚ୍ଛେଦେ ଶକୁନ୍ତଳା ଯେହ୍ନେ ନଳ ପାଇଁ ଦମୟନ୍ତୀ

ଦାରୁଣ ବିଚ୍ଛେଦ କରୁଣ କାହାଣୀ ଛଡାଇଛି ସୁଖ ଶାନ୍ତି

କନ୍ଦର୍ପ ବିହୁନେ ରତି ଦେବୀ ଯେହ୍ନେ ଦୁଃଖରେ ଦିନ କାଟନ୍ତି

ତେମନ୍ତ ବିଚ୍ଛେଦ ବିଷମୟ ଶବ୍ଦ ଜାଳି ପୋଡ଼ି ଦିଏ ଛାତି ।।


ରାଧା କୃଷ୍ଣ ହେଉ ନଳ ଦମୟନ୍ତୀ ଦୁଷ୍ମନ୍ତ କି ଶକୁନ୍ତଳା

ରାମ ସୀତା ବନେ ଅବା ବୃନ୍ଦାବନେ ଯହିଁ ଦିବ୍ୟ ପ୍ରେମ ଲୀଳା

ବିଧାତା ବିଧାନ ଅଦୃଷ୍ଟର ଦାନ ବିଚ୍ଛେଦ କରେ ବିଛିନ୍ନ

ସୁନାର ସଂସାର ଅକ୍ଳେଶେ କ୍ଷଣକେ ହୋଇଯାଇଥାଏ ଚୁର୍ଣ୍ଣ ।।


ତୃତୀୟ ପର୍ବ ୟେ-ବିଚ୍ଛେଦର ଗୀତ କଳ୍ପନାର ଚିତ୍ର ଆଙ୍କି

ବିଚ୍ଛେଦ କାହାଣୀ ବର୍ଣ୍ଣନା କରିଲି ଏଇ ଶେଷ ଦିନ ରାତି ।।



Rate this content
Log in

Similar oriya poem from Romance