ବିଚ୍ଛେଦ (୧୭)#ଝରିପଡିଥିବା ଜୀବନ#
ବିଚ୍ଛେଦ (୧୭)#ଝରିପଡିଥିବା ଜୀବନ#


ହୃଦୟର ଗୀତ ସବୁ ଏବେ କୁହୁଡିର ଧୂଆଁ ,
କେ ଦିନୁ ଝରି ପଡ଼ିଲାଣି
ମନ ଅଗଣାଠୁ କାହିଁ କେତେ ଦୂରେ ,
ରାତି ଅଭିସାର ପାଇଁ ନାହିଁ ଆଉ ଶୋଷ ,
ପ୍ରୀତି ବେଳାଭୂଇଁ ସତେକି
ହଜିଛି ଏ ସଂସାରର ଗହଳ ହାଟରେ ,
ଦୀପର ଜୀବନ ହେବାକୁ ବସିଲାଣି ଶେଷ
ତଥାପି ନା ଅଛି ଭାଗଫଳ ନା ଭାଗଶେଷ,
ଚତୁର୍ଦ୍ଦିଗେ କୋମଳ ତନ୍ତ୍ରୀରେ ଯେମିତି
ଅହରହ ଖାଲି ନିରବ ନିଶବ୍ଦ ଦୀର୍ଘଶ୍ଵାସ ,
ଲାଗେ ଅଧୁନା ସମୁଚିତ ଠିକଣା
ସେ ନଈକୂଳ ଦାଢ଼ରେ ,
ସମସ୍ତ ଅବ୍ୟକ୍ତ ଇଚ୍ଛାରେ ଘର ତୋଳୁଛି
ଏକ ବୟସ୍କ ଅପରାହ୍ନରେ ,
ଜୀବନର ଗଳି ଉପଗଳି ଅର୍ଗଳି ଦେଇ
ପଳାସର ରକ୍ତିମ ପାଖୁଡ଼ାରେ ,
ବାସ୍ନା ହୀନ ତୃଷ୍ଣା ହୀନ ଭିନ୍ନ ଏକ ଋତୁ
ବିରାଜିତ ଆଜି ଏଠି ବେରଙ୍ଗ ଅବିରରେ ...... ।