STORYMIRROR

ଅନିଲ କୁମାର ଲେଙ୍କା

Romance Tragedy

4  

ଅନିଲ କୁମାର ଲେଙ୍କା

Romance Tragedy

ବିଚ୍ଛେଦ-୧

ବିଚ୍ଛେଦ-୧

1 min
162


ମିଳନ ରୁତୁରେ ଏମିତି କେମିତି

   ଆମର ବିଚ୍ଛେଦ ହେଲା

ରୁତୁ ବସନ୍ତରେ ପ୍ରେମର କ୍ଷେତଟି

   ଅଦିନେ ଉଜୁଡି ଗଲା ।।


କାହାର ଏ ଦୋଷ ବସନ୍ତର ଅବା

    ମଳୟ ପବନ ତାର

ରସାଳ ତରୁର କୋଇଲିଟି କିବା

    ଫଗୁଣ ରଙ୍ଗ ଅବିର ।।


ବର୍ଷାରେ ତ ସବୁ ଠିକଠାକ୍ ଥିଲା

   ପ୍ରୀତି ବୁନ୍ଦା ବର୍ଷୁଥିଲା

ପ୍ରଣୟୀ ମନରେ ତନୁମନ ମୋର

   ଅବିଶ୍ରାନ୍ତେ ଭିଜୁଥିଲା ।।


ହେଲେ ଏ ବସନ୍ତ ଆସୁଆସୁ ଆଜି

  କେଜାଣି କ'ଣ ଯେ ହେଲା

ବିରହ ନିଆଁରେ ଫୁଲବନ ମୋର

   ବେଦରଦୀ ହୋଇଗଲା ।।


ତୁମେ ମାଗିଥିଲ ଜୀବନ ନାଟକେ

   ନିସର୍ତ୍ତ ପ୍ରେମର ସର୍ତ୍ତ

କିନ୍ତୁ ମୁଁ କିଛିଟା ସର୍ତ୍ତ ଯୋଡିବାରୁ

   ସମ୍ପର୍କ ହୋଇଲା ମୃତ ।।


ଥରେ ବି ତ ଶୁଣିବାକୁ ଚାହିଁଲନି

   କଥା ଯାହା କହୁଥିଲି

ସତରେ ମୁଁ ଆମ ଭବିଷ୍ୟତ କଥା

   କହିବାକୁ ଚାହିଁଥିଲି ।।


ତୁମର ମୋହର ଏକ ଯୋଗ ଏକ

   ଦୁଇ ନୁହେଁ ଏକ ହେବା

ଆମ ମଝିରେ ତ ଆଉ କେହି ନାହିଁ

   ଦୁହେଁ ସାଥିରେ ବଞ୍ଚିବା ।।


ବୁଝିଲନି ମୋର ମନ କଥା ତୁମେ

    ଅଧାରେ ଛାଡିଲ ହାତ

ଭାଳି ହେଉଅଛି ପୁରୁଣା ସ୍ମୃତିରେ

   ମିଳୁନି ଜୀବନେ କାତ ।।


ଆଜି ବି ସାଇତି ରଖିଛି ସେ ଚିଠି

   ଥିଲା ତୁମ ରକ୍ତେ ଲେଖା

ସହି ହେଉ ନାହିଁ ବିରହ ଯନ୍ତ୍ରଣା

   ଦିଅ ଅବା ଥରେ ଦେଖା ।।


ଏଇ ଜନମରେ ନ ହେଲା ନାହିଁ ତ

    ଆର ଜନମକୁ କଥା 

ସବୁ ଜନ୍ମ ପାଇଁ ସାଥି ହୋଇ ଆସ

   ନ ଦେଇ ବିଚ୍ଛେଦ ବ୍ୟଥା ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance