ବିଚାର
ବିଚାର
କଉ ଜନମର କଉ ପୁଣ୍ୟ ବଳେ
ପାଇଛି ମଣିଷ ଜନମ,
ଅଜ୍ଞାନୀ ମୁଁ ଅଟେ ପ୍ରଭୁ
କରୁଚି ମୋର କରମ ।
ପାପ କର୍ମ ଯିଏ କରିଛି ପ୍ରଭୁ ହେ
ପାଇଚି ନିଶ୍ଚୟ ଶାସ୍ତି
ଜଣା ଅଜଣା ରେ ଏ ମାୟା ସଂସାରେ
ଅସତ୍ ପଥରୁ ଦେଇଛ ମୋତେ ମୁକ୍ତି ।
କରୁଥାଏ କର୍ମ ମୁଁହି
ତାକୁ ମାପିବାର ଶକ୍ତି ନାହିଁ ମୋର
ହେଁ ନ୍ୟାୟଧୀଶ ବିଚାର ତୁମରି ହାତେ
ଏ ମାୟା ସଂସାର ରୁ କରିଦିଅ ପାର ।
ନିଶ୍ଚିହ୍ନ ମୁଁହି ତୁମ ଭବ ନଗର ରେ
କ୍ଷୁଦ୍ର କାର୍ଯ୍ୟ କରି ନିଜକୁ ବଡ଼ ମନେ କରେ !
ପୂରିବା ଆଗରୁ ମୋର ପାପର କଳସୀ
ଚିର ଦିନ ପାଇଁ ମୋତେ ନେଇ ଯାଅ ପ୍ରଭୁ
ମୁଁ ଅପେକ୍ଷାରେ ଅଛି ।
ହେ ନ୍ୟାୟାଧୀଶ, ନାହିଁ ତୁମ ଏକାକାର
ସମସ୍ତେ ସମାନ ଏଠି କରିଚ ବିଚାର ।।