STORYMIRROR

pranati Mahapatra

Inspirational Children

4  

pranati Mahapatra

Inspirational Children

ବିଭୁପାଦେ ଚିତ୍ତ ଧ୍ୟାୟୀ

ବିଭୁପାଦେ ଚିତ୍ତ ଧ୍ୟାୟୀ

1 min
188

ସେନେହ ଶରଧା ମମତାରେ ଭରା 

ଗଢା ଯାହାର ଜୀବନ,

ଆତ୍ମୀୟ ସୋଦର ଆପଣାର ଭାବ 

ମହତ୍ତ୍ୱପୂର୍ଣ୍ଣ ତା ମନ।

ପ୍ରେମର ଭାବନା ପ୍ରୀତିଭରା ପଥେ

ଚାଲେ ସିଏ ରାତି ଦିନ,

ଶୁଦ୍ଧପୂତ ଆତ୍ମା ନ ଥାଏ କଳଙ୍କ 

ପ୍ରେମ ପରିଭାଷା ଜାଣ।

ଜୀବନ ଆଲୋକେ ହୁଏ ଉଦଭାସିତ

ତିମିର ଯାଏ ଦୂରେଇ,

ପ୍ରେମ ପ୍ରୀତି ଭଳି ଅମୁଲ୍ୟ ସମ୍ପତ୍ତି

ନିଜ ପାଶେ ରଖିଥାଇ।

ସବୁ ଯେ ଅଳିକ ଏହି ସଂସାରରେ

ଚିରସ୍ଥାୟୀ ପରା ପ୍ରେମ,

ପ୍ରେମ ସ୍ନେହ ଡୋରେ ପଶୁ ବି ଆପଣା 

ହୋଇ ବୋଲ ମାନେ ଆମ।

ରାଗ ହିଂସା ଦ୍ଵେଷ ସ୍ଵାର୍ଥପର ଭାବ 

ଦୂରକୁ ଦୂରେଇ ଦେଇ,

ବିଭୁପାଦେ ଚିତ୍ତଧ୍ୟାୟୀ ବାଇମନ 

ପ୍ରେମଡୋରେ ବାନ୍ଧି ଦେଇ ।


Rate this content
Log in

Similar oriya poem from Inspirational