ବିବାହ
ବିବାହ
ବିବାହ ଅଟଇ ଭାବ ବନ୍ଧନ
ସାମାଜିକ ରୀତି ସଭିଙ୍କ ମନ।
ଭିଆଇଲେ ସୃଷ୍ଟି ଜଗତ କର୍ତ୍ତା
ପଞ୍ଚଭୂତେ ରଖି ଜୀବର ଆତ୍ମା ।
ଜନ୍ମ ବୃଦ୍ଧି ମୃତ୍ୟୁ କ୍ଷୁୁଧା ପିପାସା
ବୁଦ୍ଧି ଓ ବିବେକ ମନେ ଲାଳସା।
ପଞ୍ଚ ଇନ୍ଦ୍ରିୟକୁ କରି ତୃପତି
ରଙ୍ଗ ରସ ସ୍ପର୍ଶ କାମ ଓ ରତି ।
ସଙ୍ଗମ ମନ୍ତ୍ରରେ କରି ଦୀକ୍ଷିତ
ଭିଆଇଲେ କର୍ତ୍ତା ଜୀବ ଜଗତ ।
ତା ମଧ୍ଯେ ଗଢିଲେ ମାନବ ଶ୍ରେଷ୍ଠ
ନୀତି ଓ ନିିିୟମ କରି ନିର୍ଘଣ୍ଟ ।
ମାନବର ହିତେ ଅମାନ୍ଯ ରୀତି
ବିବାହ ନିୟମ ଶୈଳୀ ପଦ୍ଧତି ।
ଶାସ୍ତ୍ରରେ ରଚିଲେ ମହାମନୀଷୀ
ସାଧୁ ସନ୍ଥ ଜ୍ଞାନୀ ଜୀବେ ହିତୈଷୀ ।
ନିକଟ ସମ୍ପର୍କେ ବିବାହ ମନା
ଅମାନ୍ଯ କରିଲେ ଭୋଗ ଯନ୍ତ୍ରଣା ।
ଇତର ପ୍ରାଣୀ ଉଦ୍ଭିଦ ଜଗତ
ସୃଷ୍ଟି ରକ୍ଷା ପାଇଁ ସଙ୍ଗମେ ରତ ।
କିନ୍ତୁ ମାନବକୁ ଦେଲେ ଶ୍ରେୟତା
ବିବାହ ପଦ୍ଧତି ମାନ୍ୟ ମାନ୍ଯତା ।
ମନର ମିଳନ ଭାବ ବନ୍ଧନ
ସୁଖେ ଦୁଃଖେ ଭାଗୀଦାର ଯେ ଜନ ।
ସୁଖମୟ ତା ଦାମ୍ପତ୍ୟ ଜୀବନ
ଶାନ୍ତି ପ୍ରୀତି ପ୍ରେମେ ବିତଇ ଦିନ ।
ଏ ବନ୍ଧନେ ଯାର ମାନ୍ଯତା ନାହିଁ
ବିବାହ ବିଚ୍ଛେଦେ ଆକୁଳ ହୋଇ ।
ଖୋଜି ବୁଲୁଥାଏ ଜୀବନ ସାଥି
ଦାମ୍ପତ୍ୟ ଜୀବନେ ନ ପାଏ ଶାନ୍ତି ।
ଯେ ରହେ ଜୀବନେ ଅବିବାହିତ
ସଂପୂୂର୍ଣ୍ଣ ଜୀବନ ନ ହୁଏ ପ୍ରାପ୍ତ ।
ପୁତ୍ର କନ୍ଯା ପତ୍ନୀ ସୁଖ ହରାଇ
ଅତୃପ୍ତ ଆତ୍ମାକୁ ଶରୀରେ ନେଇ ।
ସଂସାରରେ ରହି କର୍ମରେ ରତ
କର୍ମ ଭକ୍ତି ଯୋଗେ କୃଷ୍ଣ ପ୍ରାପତ ।
ତେଣୁ ରୁଷୀମାନେ ଥିଲେ ସଂସାରୀ
ପୁତ୍ର କନ୍ଯା ସହ ଆଶ୍ରମ କରି ।
ଆଜିକାଲି କେତେ ଭଣ୍ଡ ବାବାଜୀ
ସମାଜେ କଳଙ୍କ ହୁଅନ୍ତି ପାଜି ।
ଦେବଦେବୀଙ୍କର ବିବାହ କଥା
ପୁରାଣ ପୋଥିରେ ଦେଇଛି ବାର୍ତ୍ତା ।
ଯୁଗେ ଯୁଗେ ଗାଏ ଅମର ପ୍ରେମ
ନଳଦମୟନ୍ତୀ ସୀତା ଶ୍ରୀରାମ ।
ଜୀବେ ପ୍ରେମ ଦୟା ହୃଦୟେ ବହି
କ୍ଷମା ସହିିଷ୍ଣୁତା ତ୍ଯାଗକୁ ନେଇ ।
ସେ ପ୍ରେମ ରସରେ ମଜ୍ଜି ରହିଲେ
ମର୍ତ୍ତ୍ୟ ସ୍ବର୍ଗପୁରୀ ଲାଗଇ ଭଲେ ।
ବିବାହ ବନ୍ଧନେ ଆସଇ ପ୍ରୀତି
ଜୀବନେ ଆସଇ ତୃପ୍ତି ଓ ଶାନ୍ତି ।