STORYMIRROR

Debadatta Jena

Romance

3  

Debadatta Jena

Romance

ବିବାହ..

ବିବାହ..

1 min
235


ତୋ ମନ ସିନ୍ଦୁକରେ

ବାନ୍ଧିଦେ ମୋ ମନକୁ,

ଛାଇଯାଉ ମୋ ମନ, ମନନ,

ତୋ ଦେହର ଅତନୁରେ

ଛନ୍ଦିଦେ ମୋ ତନୁକୁ,

ତରଙ୍ଗାୟିତ ହେଉ ଏ ତନ୍ମୟ,

ଛନ୍ଦୋବଦ୍ଧ ଏ ଅସ୍ତିତ୍ବ,

ଦୁଇଟି ପବିତ୍ର ଆତ୍ମାର ମିଳନ..!

ତୋ ହୃଦୟର ପ୍ରତିଟି କୋଣରେ

ଯେତେ ସବୁ ନ୍ୟାସ, ଉପନ୍ୟାସ,

କାବ୍ୟ ଓ କବିତାରେ ପୁରି ଉଠୁ

ହେଉ ଜୀବନ୍ୟାସ,ବିଶ୍ୱାସ,

ନିଃଶ୍ୱାସ ପ୍ରଶ୍ୱାସ,କୋଣ ଅନୁକୋଣ

ଦେହରୁ ଦେହାତୀତ, ସ୍ୱର୍ଗୀୟ..!

ତୋ ଭାବନା ରାଜ୍ୟରେ

ଅଛି ଯେତେ ଆକାର, ବିକାର,

ସୀମାହୀନ ସ୍ରୋତ,ସାତ ବଚନ,

ସପ୍ତ ରାଗ, ଅଭିମନ୍ତ୍ରିତ ହେଉ

ସାତ ଫେର, ଷୋଳ ସଂସ୍କାର..!

ମାନ ଅଭିମାନ,ରାଗ,ବିରାଗରେ,

ଯେତେ ପ୍ରତିକ୍ଷୀତ ପାରା ବାର,

ଉପବୀତ,ଉଜ୍ଜୀବିତ ହେଇଯାଉ

ହେଇ ଷୋଢଷ ଉପଚାର,

ମହନୀୟ ଜୀବନ ଆନନ୍ଦ..!

ତୋ ବାଞ୍ଛାକଳ୍ପରେ ଯେତେ ସବୁ

ରାଗ ଅନୁରାଗ,ସ୍ନେହ ଓ ସୋହାଗ,

ଅବିଳମ୍ବେ ପରିପୂର୍ଣ୍ଣ ହେଉ,ପ୍ରେମ,

ପ୍ରୀତି, ପାରିଜାତ ପୁଷ୍ପ,

ସମ୍ପର୍କର ବେଳା ତଟେ,

ଯେତେ ଢେଉ, ଯେତେ ଝଡ଼,

ଆଶା,ଆକାଂକ୍ଷାର ବତୀଘର,

ସ୍ବପ୍ନର ଅମରାବତୀରେ ସାତ ଦୀପ,

ଆଠ କଳସରେ ପୂର୍ଣ୍ଣ ମନୋଃରଥ,

ଆବେଗର ପୟୋଧି ଅମୃତ,

ସ୍ୱର୍ଗୀୟ ସାତ୍ତ୍ଵିକ ସମ୍ବନ୍ଧର ଅଗ୍ନିସାକ୍ଷୀ,

ହେଉ ଉଜ୍ଜୀବିତ,ଆଶାର ଆଲୋକ..!

ତୋ ଶବ୍ଦରେ ବ୍ରହ୍ମ, ରୂପରେ ଦୈବ,

ଇଚ୍ଛାରେ ଅର୍ଶ, ଉତ୍କଣ୍ଠା ପ୍ରଜାପତୟ,

ନିଶାରେ ଅସୁର, ତୃଷ୍ଣାରେ ଗାନ୍ଧର୍ବ,

ଅନୁଗ୍ରହ ରାକ୍ଷସ,ତୃପ୍ତିରେ ପୈଶାଚ,

ସାତ ଫେର, ଅଷ୍ଟ ବିବାହର ମନ୍ତ୍ର,

ଉଚ୍ଚାରଣେ ମହନୀୟ ହୋଇଉଠୁ

ଏ ମହା ମିଳନର ଜୀବନ ପ୍ରବାହ,

ମାନସ ମନ୍ଥନର ପରିଭାଷା "ବିବାହ"..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance