Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Abstract Classics Inspirational

4.7  

Sambit Srikumar

Abstract Classics Inspirational

ବିବାହ ବଜାର

ବିବାହ ବଜାର

1 min
386



ଆଉ କେତେ କାଳ ପିନ୍ଧି ଶାଢୀ ଚୁଡ଼ି ଗହଣା

ମଥାରେ ଟାଣି ହାତେ ଲମ୍ବର ଓଢ଼ଣା

କରି ଷୋଡ଼ଶ ଶୃଙ୍ଗାର ମୁହିଁ ସାଜୁଥିବି

ହାଡ଼ ମାଂସର ବିଳାସୀ କଣ୍ଢେଇ ବିବାହ ବଜାରେ ।


ଆଉ କେତେ କାଳ କରୁଥିବି ସଲ୍ଲଜେ ସାମନା

ଅସଂଖ୍ୟ ଜଟିଳ - କୁଟିଳ - ପ୍ରଶ୍ନିଳ ଆଖିର

ଦେଉଥିବି ନାନାଦି ବକ୍ର ପ୍ରଶ୍ନର ଉତ୍ତର

ଇଛା ଥାଉ ବା ନଥାଉ ଶଙ୍କିତ ବଦନେ

ଅବା ମ୍ଳାନ ହାସ୍ୟରେଖା ଫୁଟାଇ ଓଠରେ ।


ଆଉ କେତେ କାଳ ବୟୋବୃଦ୍ଧ ବୟୋଜ୍ୟେଷ୍ଠ

ଅବା ପ୍ରତୀକ୍ଷିତ ଇପ୍ସିତ ପୁରୁଷର ପାଶେ

ଆପଣାର ଦେହର ଦେହଳୀକୁ କରୁଥିବି

ଆକାତରେ ଅବାରିତ ଆକୁଣ୍ଠ ପ୍ରଦର୍ଶନ

ଲଭିବାକୁ ପରିଣୟ ପରିଣିତାର ସ୍ବୀକୃତି ।


ଆଉ କେତେ କାଳ ଦେଉଥିବି ମୁହିଁ ସେଇ

ଚିରାଚରିତ ଗତାନୁଗତିକ ଧାରାରେ ପରୀକ୍ଷା

ସଣ୍ଠଣା - ରାନ୍ଧଣା - ଘରକରଣାର ସଂସ୍କାର ସଂସ୍କୃତି

ଅବା କାଳେ କାଣୀ - କୁବ୍ଜୀ - ଖନୀ - ବିକଳାଙ୍ଗୀ

ହୋଇଥିବି ବୋଲି ସେଥିଲାଗି ସାମ୍ନା କରୁଥିବି

ମୌଖିକ କାୟିକ ବୌଦ୍ଧିକତାର ତୀର୍ଯ୍ୟକ ସମୀକ୍ଷା ।


ଆଉ କେତେ କାଳ ଦେଉଥିବି ଆପଣା ତନୁର

ସତୀତ୍ବ କୌମାର୍ଯ୍ୟ ବିଶୁଦ୍ଧତାର ଅଗ୍ନିପରୀକ୍ଷା

ଆକାଂକ୍ଷିତ ଚିର ପ୍ରତୀକ୍ଷିତ ମନର ମଣିଷ ପାଶରେ

ତାହାର ପାଦରେ ନିସର୍ତ୍ତ ସମର୍ପଣର ପ୍ରତିଦାନରେ

ଲଭୁଥିବି ଜୀବନ ବ୍ୟାପି ଲାଞ୍ଛନା ଯାତନାର ଉପହାର ।



Rate this content
Log in

Similar oriya poem from Abstract