ବି ପା ଶା
ବି ପା ଶା
ବିଦ୍ୟାଭ୍ୟାସ ବେଳେ
ପ୍ରତି ଅକ୍ଷରେ ଅକ୍ଷରେ
ପ୍ରତିବିମ୍ବ କେବଳ ତୁମର
ଅତି ସ୍ପଷ୍ଟ ଭାବେ ଉଠୁଛି ଝଲସି
ସତର୍କତାର ସହିତ
ଶିକୁଳି ବନ୍ଧନୀ ଭିତରେ
ସାଇତି ରଖିଛି ସବୁ ପ୍ରତିଶ୍ରୁତି।
ପାର୍ବତୀ ବରଙ୍କୁ ବେଲପତ୍ର ,ଗଞ୍ଜେଇ ପ୍ରସାଦ
ପୁଣି ବେଢ଼ା ପରିକ୍ରମା ସହ
ମନସାଇ ତୁମରି ସାନ୍ନିଧ୍ୟ
ନିଶାଚର ସ୍ଵଂୟ ଭୋଳା-ନାଥ
ବିହ୍ବଳ ସେ ପାର୍ବତୀର ପବିତ୍ର ପ୍ରେମରେ
ଜାଣି ନ ଜାଣିବାର ଭାବନା ତାଙ୍କର
ତୁମେ ଓ ମୋ ଭଲପାଇବା ରେ ।
ଶାନ୍ତିର ସନ୍ଧାନେ ଏ ଅଧମ ଅନ୍ଧ ଓ ପାଗଳ
ସତରେ, ବୁଝି ପାରିବନି
ଯହିଁ ନାହିଁ ଶାନ୍ତି,ନାହିଁ ପ୍ରେମ ଆଉ ପ୍ରୀତି
ଖାଲି କୋହ ଆଉ କୋହ ।
ତଥାପି,ଆଶାୟୀ,
ବିଦ୍ୟାଭ୍ୟାସ ବଳେ ହେଉ ଅବା
ପାର୍ବତୀ-ବର ଙ୍କ କୃପା
ଶାନ୍ତି ସୁଧା ନିଶ୍ଚେ ହେବ ବର୍ଷା
ଏ ଜୀବନ ହେବ ମଧୁମୟ ।
