STORYMIRROR

Biswanath Nayak

Inspirational

4  

Biswanath Nayak

Inspirational

ଭୟ

ଭୟ

1 min
305


ଜିତିବାକୁ ଯଦି

ଚାହୁଁଛ ଜୀବନେ

ହାରିବାକୁ କେବେ ଡରନା,

ହାରିବା ଶିଖାଏ

ଜିତିବାର ମନ୍ତ୍ର

ଶିଖିବାରେ କିବା ଶୋଚନା। 

ଜୀବନଟା ଯଦି

ବଞ୍ଚିବାକୁ ଚାହଁ

ମରିବାକୁ କେବେ ଡରନା,

ମରିବା ଭୟରେ

ବଞ୍ଚିବାଟା ପରା

ହୋଇଯାଏ ଏକ ଛଳନା। 

ଝଡିବାକୁ ଯଦି

ଡରେ ଫୁଲ କଢି

ଫୁଟିକି ସେ କେବେ ପାରିବ,

ବାସ ବିତରିବା

ଦୁନିଆ ପାଇଁକି

ତା ପାଇଁ ସପନ ହୋଇବ। 

ନିଦାଘ ତାତିକୁ

ଡରିଲେ ଧରଣୀ

ବରଷା କି କେବେ ଆସିବ,

ଟାଙ୍ଗରା ଭୂଇଁରେ

ଥୁଣ୍ଟା ପାଦପଟା

ଫୁଲ ଫଳେ କିବା ହସିବ। 

ପଡିବାକୁ ଯେବେ

ଡରିଯାଏ ଶିଶୁ

ଚାଲିକି ସେ କେବେ ପାରିବ,

ବୁଡିବାକୁ ଯେବେ

ଡରେ ପହଁରାଳି

ପହଁରା କେମିତି ଶିଖିବ?

ଝଡ ବତାସକୁ

ଡରିଲେ ନାଉରି 

ନାଆ କି ସେ ବାହି ପାରିବ,

ଡରିଲେ ପାଦରେ

କଣ୍ଟା ଫୁଟିବାକୁ

ପଥିକ ବାଟ କି ସରିବ?

ଲଙ୍ଗଳ ମୂନକୁ

ଡରେ ଯେବେ ମାଟି

ଶସ୍ୟଶ୍ୟାମଳା କି ସେ ହେବ,

ନୀହାଣ ମୂନକୁ

ଡରିଲେ ପଥର

ମୂରତି କି ହୋଇ ପାରିବ?

ବରଷା ପାଣିକି

କୃଷକ ଡରିଲେ

ବୁଭୂକ୍ଷୁ କି ଦାନା ପାଇବ,

ଗୋଳା ବାରୁଦକୁ

ଡରିଲେ ସୈନିକ

ଯୁଦ୍ଧ କି ସେ ଲଢି ପାରିବ। 

ଜୀବନଟା ଅଟେ

ଏକ ପାଠଶାଳା

ପଡି ଉଠି ଯିଏ ଚାଲିବ,

ଭୟ ପରେ ଜୟ

ଲଭିବ ନିଶ୍ଚୟ

ହିମାଳୟ ଚୂଡା ଛୁଇଁବ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational