ଭୟ
ଭୟ
ଅନ୍ଧାର ରାତିଟା କିଟିକିଟିଆ
ଯାଉଥିଲି ଚାଲି ମୁଁ ଏକୁଟିଆ
ସହରଠୁ ଟିକେ ଦୂର
ପଥୁରିଆ ଗାଁ ନାଁଟି ତାହାର
ସହରୁ ଦିକୋଶ ଦୂର ।
ନିଛାଟିଆ ରାସ୍ତାଟା ଜଙ୍ଗଲିଆ
ଦୁଇ ପାଖ ତାର ବୁଦୁବୁଦିଆ
ସହଜେ ଅନ୍ଧାର ରାତି
ଠାକୁରଙ୍କୁ ଡାକି ଚାଲୁଥାଏ ମୁହିଁ
ମନରେ ନଥାଏ ଭୀତି ।
ବୋଉ ମରିଥାଏ ଦିଦିନ ତଳେ
ଖବର ପାଇଲି ବାରଟା ବେଳେ
ବସ ଧରି ମୁଁ ଗାଁକୁ ଗଲି
ବସ୍ ଷ୍ଟାଣ୍ଡରୁ ଚାଲିବି ଦିକୋଶ
ମନେ ଥୟ କରିଥିଲି ।
ଭୋଦୁଅ ମାସର ଅନ୍ଧାର ପକ୍ଷ
ଏକମୁହାଁ ମୁହିଁ ଚାଲିଛି ଦେଖ
p>
ଗଛରୁ ଝଡେ ପତର
କୁଲାଟେ ପଡିଲା ଶବଦ ଶୁଭିଲା
ମାଡିଲା ଭୀଷଣ ଡର ।
ଏତେ ଭୟ ହେଲା ମନରେ ମୋର
ମନେ ମନେ ମୁଁ କରିଲି ବିଚାର
କୁଆଡୁ ଭୟ ଆସିଲା
ଚାହିଁଲି ନିରେଖି ଜାଣିଲି ପରଖି
ପତର ଗୋଟେ ପଡିଲା ।
ଅଧା ବାଟରେ ମୁଁ ପହଞ୍ଚିଥିଲି
ଛାତିକି ମୋହର ଦମ୍ଭ କରିଲି
କୁଆଡେ ସେ ଭୟ ଗଲା
ଧିରେ ଧିରେ ଯାଇ ପହଞ୍ଚିଲି ଘରେ
ଭୟ ମୋ ଆଉ ନଥିଲା ।
ମନକୁ ତୁମ ତୁମେ ଦମ୍ଭ କର
ଭୟ ନାହିଁ କିଛି ମନରେ ଧର
ଭୟକୁ କେବେ ନଡର
ଭୟ ହେଲା ଆମ ମନର ବିକାର
ମନେ ଏହା ଦୃଢେ ଧର ।