ନବ ଉନ୍ମାଦନା
ନବ ଉନ୍ମାଦନା


ସଞ୍ଜୀବନି ସାଜୁ ନୂତନ ବରଷ ନେଇ ନବ ଉନ୍ମାଦନା
ପ୍ରୀତିମୟ ହେଉ ଆଗାମୀ ମୁହୂର୍ତ୍ତ ହରି ଅତୀତ ଯାତନା ।
ବିନ୍ଧାଣୀ ସାଜିଣ ବିନ୍ଧ୍ୟ ହିମାଚଳ ବୁକୁରେ ଲେଖିବି ନାଆଁ
ସାଜି ମନ୍ଦାକିନୀ ପୀରତି ତଟିନୀ ଭରିବି ପ୍ରାଣରେ ନାହା ।
ଅତୀତର ଗ୍ଲାନି ବିରହ ପ୍ଲାବନୀ ପାଶୋରି ନବ ବର୍ଷରେ
ବିଗତ ଗରଳ ହୋଇ ମହାକାଳ ଭୁଞ୍ଜିବି ଅତି ହର୍ଷରେ ।
ପରିବର୍ତ୍ତନ ହିଁ ଅପରିବର୍ତ୍ତନ ଭଲ ଗୁଣ ଚିରସ୍ଥାୟୀ
କରୁଛି ସଂକଳ୍ପ ନ ରଖି ବିକଳ୍ପ ହେବିନି ଉତ୍ତରଦାୟୀ ।
ପରିମାର୍ଜିତ ହୋଇ ହେବ ପ୍ରକାଶନ ନୂତନ ସଂସ୍କରଣ
ହଟିଯିବ ସର୍ବ ଦୋଷ ଦୂର୍ବଳତା ଭରି ମନେ ଜାଗରଣ ।
ଶୋକ ସନ୍ତାପିତ ବିଭୁ ପଦେ ଚିତ୍ତ କରେ ଏତିକି ମାଗୁଣି
ଜଗୋଦ୍ଧାରଣ ପରମ କାରଣ ଦିଅ ପ୍ରେମର ବୀଜ ବୁଣି ।
ଅପୂର୍ବ ପୁଲକେ ଅପୂର୍ବ ମହକେ ସୁଗନ୍ଧିତ ହେଉ ଧରା
ଅମୃତ ସୃଜନେ ବିଷ ବିସର୍ଜନେ ଝରୁ ଥାଉ ପ୍ରେମ ଧାରା ।