STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ବିଚାରଧାରା

ବିଚାରଧାରା

1 min
154


ବିରୋଧାତ୍ମକ ଚିନ୍ତାଧାରା 

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ 

କାରଣ ଉତଥାନ ପତନର 

ପାପ ପୂଣ୍ୟର ବିଚାର 

ଅଲଗା ଅଲଗା ଆଚାର 

ଅନ୍ୟର ଆଖିରେ ଯିଏ ଲୁହ ଦିଏ 

ସିଏ ପାପୀ ବୋଲି ବିଚାର 

ଅନ୍ୟ ମୁଖେ ହସ ଫୁଟାଏ 

ପୁଣ୍ୟବନ୍ତ ବୋଲି ସୁଵିଚାର 

ଶ୍ରମବିହୀନ ରୋଜଗାର

 ଚରିତ୍ର ବିହୀନ ଜ୍ଞାନ 

ପାଇଁ ନାହିଁ ପାଠାଗାର 

ଆଧ୍ୟାତ୍ମିକ ଚିନ୍ତାଧାରା 

ଆଣେ ସୁଵିଚାର 

ହେଲେ ବଦଳିବା ଦରକାର 

ଚିତ୍ର ନୁହେଁ ଚରିତ୍ରର 

ମାନବିକତାହୀନ ବିଜ୍ଞାନ 

ନୁହଁଇ ସମାଜ ଉନ୍ନତିର 

ଚନ୍ଦ୍ରପୃଷ୍ଠକୁ ଯାଇପାର 

ହେଲେ ସମ୍ପର୍କର ଡୋର 

କାଟିଦେଇ ଲାଭ ନାହିଁ ଯିବାର 

ରୋଗ ପାଇଁ ଯୋଗ ଦରକାର 

ବାଣିଜ୍ୟ ବ୍ୟବସାୟ ନୀତି ପ୍ରବୃତ୍ତି 

ଲକ୍ଷ୍ମଣରେଖା ଭିତର 

ରାଜନୀତି ଆଦର୍ଶବିହୀନ ହେଲେ 

କ୍ଷୟ ସୁନିଶ୍ଚିତ ସଂସାରର


Rate this content
Log in

Similar oriya poem from Inspirational