ବିଚାରଧାରା
ବିଚାରଧାରା


ବିରୋଧାତ୍ମକ ଚିନ୍ତାଧାରା
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ
କାରଣ ଉତଥାନ ପତନର
ପାପ ପୂଣ୍ୟର ବିଚାର
ଅଲଗା ଅଲଗା ଆଚାର
ଅନ୍ୟର ଆଖିରେ ଯିଏ ଲୁହ ଦିଏ
ସିଏ ପାପୀ ବୋଲି ବିଚାର
ଅନ୍ୟ ମୁଖେ ହସ ଫୁଟାଏ
ପୁଣ୍ୟବନ୍ତ ବୋଲି ସୁଵିଚାର
ଶ୍ରମବିହୀନ ରୋଜଗାର
ଚରିତ୍ର ବିହୀନ ଜ୍ଞାନ
ପାଇଁ ନାହିଁ ପାଠାଗାର
ଆଧ୍ୟାତ୍ମିକ ଚିନ୍ତାଧାରା
ଆଣେ ସୁଵିଚାର
ହେଲେ ବଦଳିବା ଦରକାର
ଚିତ୍ର ନୁହେଁ ଚରିତ୍ରର
ମାନବିକତାହୀନ ବିଜ୍ଞାନ
ନୁହଁଇ ସମାଜ ଉନ୍ନତିର
ଚନ୍ଦ୍ରପୃଷ୍ଠକୁ ଯାଇପାର
ହେଲେ ସମ୍ପର୍କର ଡୋର
କାଟିଦେଇ ଲାଭ ନାହିଁ ଯିବାର
ରୋଗ ପାଇଁ ଯୋଗ ଦରକାର
ବାଣିଜ୍ୟ ବ୍ୟବସାୟ ନୀତି ପ୍ରବୃତ୍ତି
ଲକ୍ଷ୍ମଣରେଖା ଭିତର
ରାଜନୀତି ଆଦର୍ଶବିହୀନ ହେଲେ
କ୍ଷୟ ସୁନିଶ୍ଚିତ ସଂସାରର