ଅମୂଲ୍ୟ ଜୀବନ
ଅମୂଲ୍ୟ ଜୀବନ


ମନୁଷ୍ୟ ଜୀବନ ଦୁର୍ଲ୍ଲଭ ଜୀବନ
ଭଲକରି ବନ୍ଧ ବାନ୍ଧ
ବୄଥା ନକରଟି ପବିତ୍ର ଜୀବନ
ସୁରକ୍ଷିତେ ବନ୍ଧ ବାନ୍ଧ।୧।
କେତେ ପୂଣ୍ୟ ଫଳେ ମନୁଷ୍ୟ ଶରୀର
ମହୀରେ ଜନ୍ମଟି ନିଏ
ପବିତ୍ର କରିଣ ଜୀବନକୁ ତାର
ପ୍ରଭୁ ସଙ୍ଗେ ମିଶି ଯାଏ।୨।
ସ୍ୱାର୍ଥରେ ଜଡିତ ହୁଏ ଯେଉଁ ନର
ପାପ କର୍ମ କରୁ ଥାଏ
ନିଜେ ଶକ୍ତିଶାଳୀ ଭାବିଟି ଜୀବନେ
ଅନ୍ୟେ ଦୁଃଖ ଦେଉ ଥାଏ।୩।
ଅନ୍ୟର ସମ୍ପତ୍ତି ହଡପ କରିଣ
ଭଣ୍ଡାରକୁ ଭରୁ ଥାଏ
ପାପରେ ଗ୍ରସିତ ହୋଇ ଦିନ ରାତି
ପାପ କର୍ମ କରୁ ଥାଏ।୪।
ଏପରି ଲୋକର ମୁକ୍ତି ନାହିଁ କେଭେଁ
ନ ମିଳେ ପ୍ରଭୁ ଚରଣ
ପାପ ଭାର ତାର ନ ଘୁଞ୍ଚିବା ଯାଏ
ଭିନ୍ନ ଯୋନିରେ ଭ୍ରମଣ।୫।
ଭକ୍ତି ପ୍ରେମ ଅଟେ ଅମୂଲ୍ୟ ସମ୍ପତ୍ତି
ନିଃସ୍ୱାର୍ଥେ କର୍ମଟି କର
ପ୍ରଭୁଙ୍କ ଚରଣେ ଭକ୍ତି ରଖି ନିତ୍ୟେ
ଜନସେବାହିଁ କର।୬।
ଦେଶ ସେବା ଅଟେ ଜୀବନେ ବଡଟି
ଜନତା ସେବାଟି ବଡ
ଗୄହସ୍ଥ ପାଳନ ଧର୍ମ ଅଟେ ଆମ
ଗ୍ରାମର ସେବାଟି ବଡ।୭।
ନିଃସ୍ୱାର୍ଥ ଭକ୍ତିଟି ଜୀବନେ ଅମୂଲ୍ୟ
ନିଃସ୍ୱାର୍ଥ କର୍ମଟି ବଡ
ଦେଶର ସୁରକ୍ଷା କରିବା ହିଁ ଧର୍ମ
ହୁଏଟି ଜୀବନେ ବଡ।୮।
ଏତିକି ଗୁହାରି ପୁରା କର ପ୍ରଭୁ
ସତ୍ୟ ପଥେ ମନ ରହୁ
ଜଗତ କଲ୍ୟାଣେ ପଥିକ କରହେ
ଭକ୍ତି ପଥେ ମନ ରହୁ।୯।
ମନୁଷ୍ୟ ଜୀବନ ଦୁର୍ଲ୍ଲଭ ଜୀବନ
ଭଲ କରି ବନ୍ଧ ବାନ୍ଧ
ବୄଥା ନକରଟି ପବିତ୍ର ଜୀବନ
ସୁରକ୍ଷିତେ ବନ୍ଧ ବାନ୍ଧ।୧୦।