ସମୟର ଆୟୁଷ
ସମୟର ଆୟୁଷ


ଆଉ କିଛି ଦିନ ପରେ ମଉଳିବ ହସ
ବଦଳି ଯିବ ସମୟର ପ୍ରତ୍ୟେକ ପ୍ରୟାସ
ଦିନ,ମାସ ,ବର୍ଷ ପୁଣି ତିଥିର ଆୟୁଷ
ଯିଏ ଯେଝା ବାଟରେ ଯିବେ ଧୀରେ ଫେରି
କ୍ଷଣକରେ ଅତୀତ କୁ ହେବା ଆମେ ଝୁରି ।।
ଏକ ପରେ ଆନ,
ଏଇ ଯେମିତି ମାର୍ଗଶୀର, ପୌଷ,
ମାଘ ପରେ ଫାଲଗୁନ ।।
କେବେ ଥାଏ ଶୀତ ର କୁହୁଡି
ଗ୍ରୀଷ୍ମ ସଙ୍ଗେ ଉଷ୍ମ ଯେ ପ୍ରବାହ ପୁଣି ବର୍ଷା ଘଡ଼ଘଡ଼ି
ବସନ୍ତର ବୈରାଗ୍ୟ ପୁଣି ହେମନ୍ତ ସୌଜନ୍ୟ
ଅତୀତ ମୁକୁଳିଯିବ ହରାଇ ପ୍ରାଧାନ୍ୟ ।।
କ୍ଷତ ଯେତେ ଶୁଖି ଯିବ ମନ ରାଇଜର
ଅବିର ର ରଙ୍ଗେ ପୁଣି ହସିବ ସତ୍ଵର
କିଛି ସ୍ମୃତି ରହିଯିବ ମାନସ ପଟରେ
ଯେହ୍ନେ ଶୋଭାପାଏ ରବି ଦୂର ନଭ ପରେ ।।
ଅଜ୍ଞାତବାସରୁ ଯେବେ ସପନ ଫେରିବ
ନୂତନ କୀର୍ତ୍ତିମାନ ଜୀବନେ ନିଶ୍ଚୟ ଥାପିବ
କିଛି ଦୂର ଚାଲଯିବା
ସମୟ ହେ ମୋର ସହଚର
ସାକ୍ଷୀ ଏକା ତୁମେ ମୋର ପ୍ରତି ମୁହୂର୍ତ୍ତର ।।