STORYMIRROR

Chinmaya Kumar Nayak

Abstract Inspirational

4  

Chinmaya Kumar Nayak

Abstract Inspirational

ଭୟ

ଭୟ

1 min
23.1K


ନିର୍ଭୟେ ଭୟକୁ କର ବଶୀଭୂତ

ଭୟ କରନାହିଁ ନିୟତିକୁ,

ସ୍ଥିତି ବିଗିଡ଼ିବ ସ୍ଥିତି ସୁଧୁରିବ

ଭୟ କରନାହିଁ ଜୀବନକୁ। 


ଜୀବନ ତରଣୀ ପଡିଲେ ଗଣ୍ଡରେ

ଭୟ ହେବା ସ୍ୱାଭାବିକ ସତ,

ଭୟ ମିଶା ଚିତ୍ତ ଅସ୍ଥିରେ କମ୍ପଇ

ସମ୍ମୁଖ ହୁଏନା ପ୍ରତିଭାତ। 


ଭୟ ଯେବେ ଗ୍ରାସ କରିବ ଆତ୍ମାକୁ

ଜୀଵନଟା ହେବ ଦୁର୍ବିସହ,

ସ୍ୱାଧୀନ ଚେତନା ହେଉ ଉଦ୍ଗିରଣ

ଭୟକୁ ଅଗ୍ନିରେ କର ଦାହ। 


ଭାଙ୍ଗିଦିଅ ଆଜି ଭୟର ପଞ୍ଜୁରୀ

ଆସ୍ଥାରଖ ନିଜ ବିବେକରେ,

ସୁକର୍ମ ସୁଫଳ ସମ୍ବାଦ ଆଣିବ

ଭୟ ପଳାଇବ ଭୟେ ଦୁରେ।



Rate this content
Log in

Similar oriya poem from Abstract