STORYMIRROR

Anam Charan Sahoo

Romance

3  

Anam Charan Sahoo

Romance

ଭୂଲର ପ୍ରାୟଶ୍ଚିତ

ଭୂଲର ପ୍ରାୟଶ୍ଚିତ

1 min
238

ଅନ୍ତର ମୋହର ଜଳେ ବାରମ୍ବାର

ଅନୁତାପ ଦାବାନଳେ

ପ୍ରିୟାର ଜୀବନ କାହିଁ କଲି ନଷ୍ଟ

ମିଛ ଅଭିନୟ ବଳେ।

ଜୀବନ ଦେଇ ସେ ଭଲପାଏ ମୋତେ

କହୁଥିଲା କାନେ ମୋର

ମିଛରେ ମିଛରେ ଶୁଣିବା ଆଳରେ

ମନ ଜିତିଛି ତାହାର।

ମୋ ବାହୁ ବନ୍ଧନେ ବାନ୍ଧିଥିଲି ଦିନେ

ପ୍ରତିବାଦ କରିନାହିଁ

ଅବିଶ୍ବାସ ବିଷ ସବୁ କଲା ଶେଷ

ଚାଲିଗଲି ଛାଡ଼ି ଦେଇ।

ଆନ ଜଣଙ୍କର ହେଲି ଗଳାହାର

ବାସିଲା ଅଗଣା ଘର

ସଂସାର ବନ୍ଧନ ବାନ୍ଧି ଦେଲା ମନ

ପ୍ରିୟାକୁ ଭୁଲିଲି ମୋର।

ଏବେ ଦେଖୁଅଛି ମୋ ପ୍ରିୟା ବସିଛି

ମୋ ଅଫେରା ପଥ ଚାହିଁ

ସ୍ମୃତି ଝଲକରେ ଦିନ ବିତି ଯାଏ

ପ୍ରିୟ ତା ରହିଲେ କାହିଁ।

ତା ପ୍ରେମ ନିକଟେ ମଥା ନଇଁଯାଏ

ମୁଁ ଆଜି ଯାଇଛି ହାରି

ତା'ର ଚଲାପଥ ହେଉ କୁସୁମିତ

କାଳିଆ ପାଶେ ଗୁହାରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance