ଭୂଗୋଳ
ଭୂଗୋଳ
ଭୂଗୋଳ ପଢେ ଯେବେ ଜୀବନର
ପ୍ରଥମ ପୃଷ୍ଠାରୁ ସବୁ ଲାଗେ ନିଆରା
ଅପାଂକ୍ତେୟ ଅସାର କଣ ଜୀବନ
ହେଲେ ବି ତ ସାରମର୍ମ ଖୋଜେ
ଏଠି ଆତ୍ମତୃପ୍ତି ଖାଲି ପାଇବା ହରେଇବାର
ଶକ୍ତିହୀନ ନିଃଷ୍ପ୍ରଭ
ସଞ୍ଜ ସକାଳ
ପ୍ରାର୍ଥନା କରେ ଟିକେ ଶକ୍ତି ପାଇଁ
କାହିଁକିନା ଏଠି ଦୁର୍ବଳ ଉପରେ
ସବଳର ଅତ୍ୟାଚାର
ପ୍ରତିଟି ପଂକ୍ତି ଏବେ ଖୋଜେ
ସାରମର୍ମ ଅସାର ଜୀବନର