STORYMIRROR

Tapan Kumar Swain

Children

3  

Tapan Kumar Swain

Children

ଭୁଁ ଭୁଁ ଚାଲେ ମଟର ଗାଡି

ଭୁଁ ଭୁଁ ଚାଲେ ମଟର ଗାଡି

1 min
260


ଭୁଁ ଭୁଁ ଚାଲେ ମଟର ଗାଡି

ସଡକ ଉପରେ ଧାଡ଼ିକି ଧାଡି

କିଏ ବଡ଼ ପୁଣି କିଏସେ ଛୋଟ

କିଏସେ ପତଳା କିଏସେ ମୋଟ

ଆସ ଦେଖିବା,

ଖାତା ଆଣି ତାର ନାଆଁ ଲେଖିବା ।


ଆକାଶରେ ଉଡେ ଉଡାଯାହାଜ

ପାଖରୁ ଦେଖିବା ନୁହେଁ ସହଜ

ଦୂର ଆକାଶକୁ ଯେତେ ମୁଁ ଚାହେଁ

ନିମିଷକେ ସିଏ କୁଆଡେ ଯାଏ

ବଡ଼ ହୋଇଲେ,

ବସିବୁ ତା'ଦେହେ ବାପା କହିଲେ ।


Rate this content
Log in

Similar oriya poem from Children