ଭୁଲନାହିଁ କେବେ
ଭୁଲନାହିଁ କେବେ
ଭୁଲ ନାହିଁ କେବେ ନୀଳାଚଳ ନାଥ ଚକାନୟନ
ଭୁଲ ନାହିଁ କେବେ ମାଆର ମମତା ଅମୂଲ୍ୟ ଧନ |
ଭୁଲନାହିଁ କେବେ ପିତାଙ୍କର ଦାନ ଦିବ୍ୟ ମହାନ
ଭୁଲନାହିଁ କେବେ କୁଳ ଗୋତ୍ର ଜାତି ମାନ ସମ୍ମାନ |
ଭୁଲ ନାହିଁ କେବେ ଗାଁ ଜନ୍ମମାଟି ସାରା ଜୀବନ
ଭୁଲ ନାହିଁ କେବେ ତାର ଗୋଡ଼ି ମାଟି କେଦାର ବନ |
ଭୁଲ ନାହିଁ କେବେ ବାଲ୍ୟ ସାଙ୍ଗ ସାଥୀ ନିର୍ମଳ ମନ
ଭୂଲନାହିଁ କେବେ ତୁମର ଆଶ୍ରିତ ସେବକ ଜନ |
ଭୁଲନାହିଁ କେବେ ଉପକାରୀଙ୍କର ସୁଅବଦାନ
ଭୁଲନାହିଁ କେବେ ଗୁରୁ ଗୁରୁଜନ ହିତ ବୟାନ |
ଭୁଲ ନାହିଁ କେବେ ପର ଉପକାର ପୁଣ୍ୟ ସାଧନ
ଭୁଲ ନାହିଁ କେବେ ପ୍ରାଣ ପ୍ରଣୟିନୀ ପ୍ରେମ ବନ୍ଧନ |
ଭୁଲ ନାହିଁ କେବେ ନିଜ ମାତୃଭୂଷା ଗୌରବାୟନ
ଭୁଲ ନାହିଁ କେବେ ଜାତୀୟ ମମତା ସ୍ୱ ଅଭିମାନ |
ଭୁଲ ନାହିଁ କେବେ ଗୀତା ଭାଗବତ ତତ୍ତ୍ୱ ବଚନ
ଭୁଲ ନାହିଁ କେବେ ସାଧୁ ସନ୍ଥବାଣୀ ମାର୍ଗ ଦର୍ଶନ |
ଭୁଲ ନାହିଁ କେବେ ପୂର୍ବଜଙ୍କ ଯଶ କୃତି ମହାନ
ଭୁଲ ନାହିଁ କେବେ ସ୍ୱଦେଶ ଭାବନା ସ୍ୱଦେଶ ମାନ |
ଭୁଲ ନାହିଁ କେବେ ସେବା ତ୍ୟାଗ ଦାନ ଦେବ ପୂଜନ
ଭୁଲ ନାହିଁ କେବେ ସତ୍ୟ ନ୍ୟାୟ ନୀତି ଧର୍ମ ଚୟନ |
ଭୁଲନାହିଁ କେବେ ଗୋମାତାର ସେବା ଦିବ୍ୟ ଚିନ୍ତନ
ଭୁଲ ନାହିଁ କେବେ ଯା ଯୋଗୁଁ ଲଭିଛ ଉଚ୍ଚ ଆସନ |
ଭୁଲ ନାହିଁ କେବେ ଚିରସ୍ଥାୟୀ ନୁହେଁ ଧନ ଜୀବନ
ଭୁଲନାହିଁ କେବେ କରିବାକୁ ଯଶ କୀର୍ତ୍ତି ଅର୍ଜନ |
