STORYMIRROR

Dhaneswar Dash

Tragedy

3  

Dhaneswar Dash

Tragedy

ଭୁଲିଯାଏ ସବୁ କିଛି ରହିଲେ ସାଥେ

ଭୁଲିଯାଏ ସବୁ କିଛି ରହିଲେ ସାଥେ

1 min
239

ଛାଡିଦେଇ ଚାଲିଗଲୁ 

ଅଜଣା ପଥେ,

କେମିତି ବଞ୍ଚିବି ଏହି 

ମାୟା ଜଗତେ।......(ଘୋଷା)


ତୋ'ଠାରେ ଥିଲା ମୋ ଆଶ,

ତୁ ଥିଲୁ ମୋର ବିଶ୍ୱାସ,

ତୋ ପରି ଆଉ କେ ଅଛି 

କହି ଯାଆ ମୋତେ,

ଛାଡିଦେଇ ଚାଲିଗଲୁ 

ଅଜଣା ପଥେ।


ଡର ଲାଗେ ଏ ଦୁନିଆଁ, 

ସବୁ ଏଠି ମିଛ ମାୟା,

ଭରଷା କାହାକୁ ଏଠି

କରିବି ସତେ,

ଛାଡିଦେଇ ଚାଲିଗଲୁ

ଅଜଣା ପଥେ।


କେ ଦେବ ଆଶରା ପୁଣି,

ଖୋଇବ ମୋ ମନ ଜାଣି,

ପେଟ ପୂରିଯାଏ ଭୋକେ

ଦେଖିଲେ ତୋତେ,

ଛାଡିଦେଇ ଚାଲିଗଲୁ

ଅଜଣା ପଥେ।


ଯେତେ ଆସିଲେ ପ୍ରମାଦ,

ଦେଉଥିଲୁ ମୋତେ ବୋଧ,

ଭରୁଥିଲୁ ମୋ ମନରେ 

ସାହସ ଯେତେ,

ଛାଡିଦେଇ ଚାଲିଗଲୁ

ଅଜଣା ପଥେ।


ନାହିଁ ବଞ୍ଚିବାର ରାହା,

ଜଗନ୍ନାଥ ଏକା ସାହା,

ନହେଲେ ନେଇ ଯା ମୋତେ

ତୋହର ସାଥେ,

ଛାଡିଦେଇ ଚାଲିଗଲୁ

ଅଜଣା ପଥେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy