STORYMIRROR

SUJATA DAS

Romance

4  

SUJATA DAS

Romance

ଭୁଲିନି ତୁମକୁ

ଭୁଲିନି ତୁମକୁ

1 min
400


ହାତ ପାପୁଲିରେ

  ଲେଖି ତୁମ ନାଆଁ

    ଲିଭାଏ ହଜାରେ ଥର

ଡର ଲାଗେ କାଳେ

  କିଏ ଦେଖିନେବ

    ହଜିଯିବ ଖୁସି ମୋର.l


ହୃଦୟର ସେଇ

  ନିଭୃତ କୋଣରେ

    ଲେଖିଛି ଯତନ କରି

ଲାଲ ଟୁକ ଟୁକ

  ହୃଦୟର ସହ

    ଦେଇଛି ରକତେ ଭରି.l


ଆଖି ପଲକରେ

  ରଖି କେତେ ଥର

    ଲୁହରେ ଦେଇଛି ଧୋଇ

ରାତି ଆସିଗଲେ

  ସପନରେ କାଳେ 

     ତୁମ ନାଆଁ ଦେବି କହି.l


ହୃଦୟଫଳକେ

  ଆଙ୍କିଛି ଯତନେ

     ପ୍ରୀତିର ପିୟୁଷ ଭରି

ନିର୍ଜନ ନିଶିଥେ

  ଜାଳେ ଶୁଭ ଦୀପ

   ମଙ୍ଗଳ କାମନା କରି.l


ଆଖି ସିନା ବୁଝେ

   ଆଖିର ଭାଷାକୁ

     ଆନ କେ ପାରେନି ବୁଝି

ହୃଦୟର ଭାବ

  ନିବିଡ଼ ସମ୍ପର୍କ

    କେବେ ଯାଏନାହିଁ ହଜି.l


ନିଶ୍ୱାସେ ବିଶ୍ୱାସେ

  ରଖିଛି ବୋଲିତ

    ହୃଦୟ ପାରୁନି ଭୁଲି

ସଞ୍ଜ ସକାଳରେ

  ଖୋଜେ ଆଖି ମନ

     ହୃଦୟ ଦରଜା ଖୋଲି.ll



Rate this content
Log in

Similar oriya poem from Romance