STORYMIRROR

jyotsna mayee panda

Inspirational

3  

jyotsna mayee panda

Inspirational

ଭୁଲ ଠିକଣା...

ଭୁଲ ଠିକଣା...

1 min
199

ଉତ୍ସୃଙ୍ଖଳ କେଶ ରାଶି

ସାଉଁଟିବାର ନାହିଁ ସାହସ ..

ଠିକଣା ବିହୀନ ସେ ଏକ ପଥିକ ..

ବିପୁଳ ବେଦନା ବିଦ୍ଧ ମୌନ ମନ ...

ଆଜି ଅନ୍ଧାରି ଗଳିରେ ...

ଏ ଭୁଲ ଠିକଣା ତାର ...

ପରିଚୟ ଏକ ସଞ୍ଜ ନାୟିକାର ..ll

ନିର୍ଲଜ ନୟନ ପ୍ରାନ୍ତେ .....

ଅଶ୍ଳୀଳତାର ସମ୍ଭାଷଣ ..

ଉଜ୍ଜଳ ହସର ଗର୍ଭେ ...

ପୁଣି ଗରଳର ସଂରଚନ...

ଶତ ଦାମିନୀର ରୂପ ରଙ୍ଗ ..

ମାଟି ମଗ୍ନl ନାଗ କନ୍ୟା ..ll

ଅଭିଶପ୍ତ ସେ ନନ୍ଦନ ବନର ...

ଅଙ୍ଗେ ଅଙ୍ଗେ ଭରିଛି ...

ଯନ୍ତ୍ରଣାର ଅସହ୍ୟ ସ୍ୱର ...

ଜୀବନ ହଜିଯାଏ ଉପାନ୍ତରେ ..

ନାରୀତ୍ୱ ହଜିଯାଏ ଅମା ଅନ୍ଧକାରେ ..

ନ୍ୟସ୍ତ ସ୍ୱାର୍ଥ ମଣିଷର ଲୋଡ଼ା ..

କେବଳ ତା ବେଦନା ବିଦ୍ଧ ଶରୀର .

ନୁହଁଇ ସେ କାହା ଏକାନ୍ତ ନିଜର ..ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational