ଭୁଲ୍ ଥିଲା ମୋର
ଭୁଲ୍ ଥିଲା ମୋର
ତୁମେ ତ ମିଛ କହୁଥିଲ
କିନ୍ତୁ ତୁମ କଥାକୁ
ସତ ବୋଲି ଭାବିନେବା
ମୋର ହିଁ ଭୁଲ୍ ଥିଲା ।
ତୁମେ ତ କହି ନ ଥିଲ
ମୋତେ ଭଲ ପାଉଛ ବୋଲି
ତୁମ ପ୍ରତାରଣାକୁ
ପ୍ରେମ ବୋଲି ଭାବିନେବା
ମୋର ହିଁ ଭୁଲ୍ ଥିଲା ।
ତୁମେ ତ ପାଦେ ପାଦେ
ଚେତେଇ ଦେଇଥିଲ
ମୋତେ ସ୍ଵୀକାର କରିପାରିବନି ବୋଲି
ତଥାପି ତୁମର ସବୁ ମିଛ ଭିତରେ
ଏଇ ଗୋଟେ ସତକୁ
ନ ଠଉରାଇପାରିବା
ମୋର ହିଁ ଭୁଲ୍ ଥିଲା ।
ତୁମେ ତ ବାରମ୍ବାର
ମୋ ଅସ୍ମିତା ଉପରେ
ଆଣିଥିଲ ପ୍ରଶ୍ନବାଚୀ
କିନ୍ତୁ ପ୍ରତି ଥର
ତୁମକୁ କ୍ଷମା କରିଦେବା
ମୋର ହିଁ ଭୁଲ୍ ଥିଲା ।
ସେ ସବୁ ଭୁଲ୍ ଭିତରେ
ଲୁଚି ରହିଥିଲା
ମୋର ଟିକେ ବିଶ୍ଵାସ
କାଣିଚାଏ ସ୍ଵପ୍ନ
ଆଉ ମଧୁର ମୃଦୁହାସ୍ୟ
ସେ ସବୁକୁ ବି ଶେଷରେ
ତୁମ ପାଦ ତଳେ
ସମର୍ପି ଦେବା
ମୋର ଆଉ ଏକ ଭୁଲ୍ ଥିଲା ।

