STORYMIRROR

Niranjan Mishra

Abstract

4  

Niranjan Mishra

Abstract

ଭରସା

ଭରସା

1 min
339


ଭରସା କରିଛି ତୁମକୁ 

ତୁମେ ମୋର ନିଜର ।

ସୁଖରେ ଦୁଃଖରେ ସର୍ବଦା 

ତୁମେ ସାଥୀ ମୋହର ।


ତୁମେ ତ ଆଧାର ବିଶ୍ବର 

ଆହେ ଜଗଜ୍ଜୀବନ ।

ତୁମ ବିନା କିଏ ରଖିବ 

କହ ହେ ଭଗବାନ?


ନରସିଂହ ରୂପେ ରଖିଲ 

ପ୍ରହଲାଦକୁ ହରି

ହିରଣ୍ୟକଶିପୁ ନାଶିଲ

ତୁମେ ସ୍ତମ୍ଭୁ ବାହାରି ।


କୁରୁ ସଭା ତଳେ ଦ୍ରୌପଦୀ 

ଡାକ ତୁମେ ଶୁଣିଲ ।

କୋଟି ବସ୍ତ୍ର ଦେଇ ଲଜ୍ଜାକୁ

ନିବାରଣ କରିଲ ।


ଗଜ ଡାକ ଦେଲା ଜଳରେ

ପଡି ନକ୍ର କବଳେ ।

ଚକ୍ର ପେଶି ନକ୍ର ନାଶିଲ 

ଉଦ୍ଧରିଲ ତତ୍କାଳେ ।


ହରିଣୀର ଡାକ ଶୁଣିଲ 

ଡାକ ଦେଲା ବନରେ ।

ବ୍ୟାଧ ନାଶ କରି ରଖିଲ

ଶିଶୁଙ୍କ ସଙ୍ଗତରେ ।


ଦରିଦ୍ର ସୁଦାମା ଦାରିଦ୍ର୍ଯ 

ତୁମେ ହରିଛ ହରି ।

କୋଟି ନିଧି ଦେଇ ଶୁଣିଛ 

ପରା ତାର ଗୁହାରି ।


କାହାର ଭରସା ରଖିନ

ବୋଲି କିଏ କହିବ ।

ଶରଣ ରକ୍ଷଣ ନାମକୁ

ଆଉ କିଏ ବହିବ ?


ଭରସା ମୋହର ରଖିବ 

ଆହେ ଜଗତନାଥ ।

ଶରଣ ରକ୍ଷଣ ହରି ହେ

ମୁଁ ତ ତୁମ ଆୟତ୍ତ ।



Rate this content
Log in

Similar oriya poem from Abstract