STORYMIRROR

LALIT MOHAN DASH

Classics Crime Inspirational

4  

LALIT MOHAN DASH

Classics Crime Inspirational

ଭୃଣହତ୍ୟା

ଭୃଣହତ୍ୟା

1 min
334

କାହିଁକି ଏ ଭୃଣହତ୍ୟା 

କ'ଣ ପାଇଁ ଜନ୍ମ ହେବା ଆଗରୁ ମାରି ଦିଆଗଲା ତାକୁ? 


କି ଦୋଷ ସେ ନିଷ୍ପାପ ଭୃଣର

ଦୁନିଆର ଆଲୋକ ଦେଖିବାକୁ

କାହିଁକି ଦିଆଗଲାନି ତାକୁ?


କେତେ ଖୁସି ଥିଲା ସେ ମା' ପେଟରେ

ଭାବୁଥିଲା ତାକୁ ମା' ମିଳିବେ

ତାକୁ ବାପା, ଭାଇ, ଭଉଣୀ

ଜେଜେମା, ଜେଜେ ମିଳିବେ।


ତାକୁ ଗୋଟେ ପରିବାର ମିଳିବ

ସେମାନଙ୍କ ସ୍ନେହ ଶ୍ରଦ୍ଧା ମିଳିବ

ଭାଇ ଭଉଣୀଙ୍କ ସାଙ୍ଗେ ମିଶି

କେତେ ଖେଳ ସେ ଖେଳିବ।


ହେଲେ ତାର ସବୁ ଖୁସି ମିଳେଇଗଲା

ତାକୁ ପେଟରେ ମାରି ଦେବାକୁ 

ଯେଉଁଦିନ ଘର ଲୋକଙ୍କ କଥା 

ସବୁ ସିଏ ଶୁଣିନେଲା।


ବିକଳ ହୋଇ କହୁଥିଲା ସେ 

ମା’ଲୋ ତୋ ପଣତ ତଳେ ଟିକେ ଲୁଚେଇଦେ ଲୋ ମତେ 

ଶୁଆଇଦେ ଥରେ ତୋର କୋଳେ। 


ତୁ ଥିଲେ ମତେ ଡର ଲାଗେନି 

ମାଆ ତୁ ପରା ଅଭୟ ପ୍ରଦାୟିନୀ

ଏ ସୁନ୍ଦର ପୃଥିବୀକୁ ଥରେ ଦେଖିବାକୁ ଦେ

ତୋ ଠାରୁ ମତେ ଦୂର କରନି। 


କି ଆର୍ତ୍ତ ଚିତ୍କାର କି କରୁଣ ଡାକ

ବଞ୍ଚିବା ପାଇଁ ଦୁନିଆକୁ ଦେଖିବା ପାଇଁ 

ହେଲେ ନିଷ୍ଠୁର ପିଶାଚ କବଳରୁ 

ପାରିଲାନି ସିଏ ରକ୍ଷା ପାଇ। 


ଏମିତି ଅନେକ ଭୃଣ ବଳିପଡ଼ନ୍ତି 

କେତେବେଳେ କନ୍ୟା ବୋଲି ତ

କେତେବେଳେ ପୁଣି କାହାର 

ପାପ କର୍ମର ପରିଣାମ ବୋଲି।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics