STORYMIRROR

Jitendra Seth

Tragedy

2  

Jitendra Seth

Tragedy

ଭୋକ

ଭୋକ

1 min
367

ମାର୍ବଲ ପକ୍କା ଚିକ୍କଣିଆ ଘରେ ରହି 

ଦାମିକିଆ ଶେଯରେ ଶୋଇ 

ଅନଲାଇନ୍ ରେ ଖାଇବା ଅର୍ଡର କରୁଥିବା ବ୍ୟକ୍ତି 

କାହୁଁ ବୁଝିବ ଭୋକର ଅର୍ଥ କ'ଣ

ରେଷ୍ଟୁରାଣ୍ଟରେ ଅଳ୍ପ ଚାଖି ସ୍ଵାଦହୀନ ବୋଲି 

ଖାଦ୍ୟକୁ ଫୋପାଡ଼ି ଦେଉଥିବା ବ୍ୟକ୍ତି,

ବାର୍ଥ ଡେ ପାର୍ଟିରେ କେକ୍ କୁ ନ ଖାଇ

ମୁହଁରେ ବୋଳୁଥିବା ଉଦ୍ଧତ ଚରିତ୍ର ମାନେ 

କାହୁଁ ବୁଝିବେ ଭୋକର ମାନେ କ'ଣ.

ଯଦି ଜାଣିବାର ଅଛି ଭୋକ ଶବ୍ଦର ପ୍ରକୃତ ଅର୍ଥ 

ତେବେ ଯାଇ ବୁଝ ଫୁଟ୍ ପାତ୍ ରେ ବୁଲୁଥିବା 

ବସ୍ତ୍ରହୀନ ନଗ୍ନ ହାଡ଼ କଙ୍କାଳର ସେଇ ମୂର୍ତ୍ତିମନ୍ତ 

ମୃତବତ୍ ଦୃଶ୍ୟମାନ ଛୁଆ ମାନକୁ 

ଯେଉଁମାନେ ସକାଳ ହେଲେ ରାସ୍ତାରେ ପଡ଼ିଥିବା 

ଡ଼ବା ଓ ବୋତଲର ଅନ୍ଵେଷଣରେ ଲାଗି ପଡନ୍ତି 

ବାଟରେ ଯାଉଥିବା ବାବୁ ବାବୁଆଣିଙ୍କ ଆଗରେ

ହାତ ପତେଇ ଭିକ ମାଗନ୍ତି

ସେମାନେ ହିଁ କହି ପାରିବେ ଭୋକର ମାନେ କ'ଣ

କିଏ ଜନ୍ମରୁ ଅନ୍ଧ ତ କିଏ ବିକଳାଙ୍ଗ 

କିଏ ଅନାଥ ତ ଆଉ କିଏ ଦଳିତ 

ହୋଟେଲ୍ ର କାଚ ଫ୍ରିଜ୍ ଭିତରେ ଥିବା 

ଦାମିକା ମିଠାକୁ ତ ସେମାନେ ଛୁଇଁ ପାରନ୍ତିନି 

ଦେଖି ଦେଖି ଖୁସି ହେଉଥିବା ସେଇ ନିଷ୍ପାପ 

ଛୁଆଙ୍କୁ ଯାଇ ପଚାର ଭୋକର ମାନେ କ' ଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy