STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଭୋକ

ଭୋକ

1 min
177


ଭୋକ, 

ଏକ ଜଙ୍ଗଲି ଭୟଙ୍କର ନିଆଁ

ଚାହୁଁ ଚାହୁଁ ପୋଡି ଖାଇଦିଏ ବିବେକ

ଭୋକ ଆଗେ ସବୁ ସତ, ସଂସ୍କାର ଫିକା ପଡ଼ିଯାଏ

ଯେତେ ପାପ, ଚୋରି, ଡକାୟତି

ଅସାମାଜିକ କାର୍ଯ୍ୟ ଏଇ ଭୋକ ପାଇଁ

ପେଟ ଅସମ୍ଭାଳ ଭୋକ

ନର୍ଦ୍ଦମାରୁ ସାଉଁଟି ଖାଏ ଫିଙ୍ଗା ଖାଦ୍ୟ

କୁକୁର ମୁହଁରୁ ଛଡ଼ାଏ ବାସି ଗନ୍ଧ ପାଉଁରୁଟି।


ଭୋକ ଦାଦନ ସଜାଏ

ପିଲା ବିକ୍ରି କରାଏ

ଭୋକ ଡରେ

ପିଲା ତଣ୍ଟି ଚିପେ ବାପା

ମା' ଇଜ୍ଜତ ବିକେ

ପିଲା ପେଟ ପାଇଁ

ଇଟା ଭାଟିରେ ପୋଡିଯାଏ କାହାର ସ୍ବପ୍ନ

ପ୍ରବାସରେ ଝୁରେ ଝାରେ ଲୁହ କୋହ

କେବଳ ପେଟ ପାଇଁ

ପେଟ ପାଇଁ ଯେତେ ନାଟ

ଏ ସଂସାର ହାଟରେ

କିନ୍ତୁ ପେଟ ଭୋକ ତୃପ୍ତ ହୁଏ

ମୁଠିଏ ଦାନାରେ।


କିନ୍ତୁ ଦେହ ଭୋକ!

ମଣିଷକୁ କରି ଦିଏ ନର ପିଶାଚ

କୌଣସି ବାଧା ବନ୍ଧନ କି ରୀତିନୀତି

ତା ଆଗେ ତୁଚ୍ଛ ହୋଇଯାଏ

ସମ୍ପର୍କର ମୂଲ୍ୟ ତା ପାଖେ ନଗଣ୍ୟ

ଥୋପା ଥୋପା ଲାଳ ଗଡେ

ଦେହ ଝୁଣି ଖାଇବା ପାଇଁ

ଧର୍ଷଣ, ବଳତ୍କାର

ଦଳି ଚକଟି ଦିଏ

କେତେ କଅଁଳ କଢ଼ି

କଞ୍ଚା ମାଂସ ଗନ୍ଧେ

କୁକୁର ହୋଇଯାଏ

ଜୀଵ ଶ୍ରେଷ୍ଠ ମଣିଷ !


ଭୋକ ଭୋକର ଗଳି

ଏ ଦୁନିଆଁ ସାରା

ପେଟ ଭୋକର ସମାଧାନ ହୋଇପାରେ

କିନ୍ତୁ ଦେହ ଭୋକ ପାଇଁ

କିଛି ସାଧନା ନାହିଁ

ହିତାହିତ ଜ୍ଞାନ ଭୁଲି

ମଣିଷ ନିଜ ଆତ୍ମାକୁ ହତ୍ୟା କରୁଛି 

ବିପନ୍ନ ବିପର୍ଯ୍ୟସ୍ତ ସମାଜ

ଛିନ୍ନ ଭିନ୍ନ ହୋଇଯାଉଛି

ଜୀବନ ଜୀଇଁବା

ଛାତି ଦୁଲୁକି ଯାଉଛି ଝିଅ

ବାପା ମା' ଛାତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy