ଭୋକ ଏକ ଭିନ୍ନ ଦୃଷ୍ଟିରେ
ଭୋକ ଏକ ଭିନ୍ନ ଦୃଷ୍ଟିରେ
ଭୋକ କଣ ଖାଲି ଖାଦ୍ୟ ଅଭାବରେ ହୁଏ
ଜଣା ନାହିଁ ମୋତେ ଏହାର ଉତ୍କୃଷ୍ଠ ସଂଜ୍ଞା
ତାହେଲେ କଣ ଆମେ ଖାଦ୍ୟ ପାଇଁ
ଏଇ ଚାଖଣ୍ଡକ ପେଟ ଲାଗି ଏତେ ତଳକୁ ଖସିପାରୁ
କାହିଁ ପିଲାଟିଏ ଜନ୍ମ ନେଲା ପରେ ଯେମିତି ଅଳି କରେ
ତା ମା ପାଖରେ ଖାଇବା ପାଇଁ
ସେମିତି କଣ ଆମେ କରି ପାରିବାନି
ନା ଆମର ମରଦ ପଣିଆ ଦେଖାଇବାକୁ ଏଇ ଦୁନିଆ ଆଗରେ
ପୁରୁଷ ପ୍ରାଧାନ୍ୟ ସମାଜ ଆଗରେ ନାରୀକୁ ହୀନ ଦେଖାଉ
ଯେଉଁ ଆଖି ଯୋଡିକ ଛୋଟବେଳେ ଅମୃତ ପାଇଁ
ମାଆର ବକ୍ଷକୁ ଚାହୁଁଥିଲା ଜୀବନର ଶ୍ରେଷ୍ଠ ଦାନ ପାଇଁ
ସେତେବେଳେ ନାରୀ ଥିଲା ତା' ଲାଗି କୌଣସି ଈଶ୍ୱରୀଙ୍କଠୁ କମ ନୁହଁ
ହେଲେ ଆଜିର ସମାଜ ଏତେ ଦୂଷିତ କାହିଁକି
ଛୋଟରୁ ବଡ଼ ଯାଏ ଜୁବାରୁ ଜିବା ଯାଏ ସମସ୍ତଙ୍କ ଆଖିରେ
ଦୀପ ଦୀପ ହୋଇ ଜଳୁଛି କାମନାର ନିଆଁ
ତା ହେଲେ ମୁଁ ତ କହିବି ରାସ୍ତାକଡ଼ରେ ବୁଲୁଥିବା ପାଗଳ ଲୋକଟି
ସେ ହିଁ ଶ୍ରେଷ୍ଠ କାରଣ ସେ ଜୋରକରି ଛଡାଇ ଆଣେନି କେବେ କାହାର
ମିଳିଲେ ମିଳିଲା ନହେଲେ ନାହିଁ
ଯାହା ପାଇଁ ରାସ୍ତାକଡ଼ ଅଇଁଠା ପୁରୀର ଅଭଡ଼ା
ନାଳର ପାଣି ତା ପାଇଁ ଗଙ୍ଗା ପରି ସ୍ଵଛ ଆଉ ନିର୍ମଳ
ତା ପାଖରେ କାହିଁ ନାହିତ ଆତ୍ମବଡିମା ପାଇବାର ଲାଳଶା
ସେହି କାମନାର ଭୋକରେ ଭୋକିଲାଙ୍କଠୁ ଶହେ ଗୁଣରେ ଭଲ
ସେହି ରାସ୍ତାକଡ଼ରେ ଜରି ଗୋଠଉଥିବା ଜରି ଗୋଟାଳି
କାହିଁକି ନା ସେ ଭୋକର ମାଡରେ ଭାରସାମ୍ୟ ହରାଏନି
ନିଜର ପେଟ ଲାଗି ଆଉ କାହାର ପେଟ କାଟିବାକୁ ଚେଷ୍ଟା କରେନି
ତା ହେଲେ ଭୋକ କଣ ଆଦର୍ଶ ଆଉ ମଣିଷ ପଣିଆ ଠାରୁ ବଡ଼।।।
