STORYMIRROR

subrat kumar jena

Abstract

3  

subrat kumar jena

Abstract

ଭୋକ ଏକ ଭିନ୍ନ ଦୃଷ୍ଟିରେ

ଭୋକ ଏକ ଭିନ୍ନ ଦୃଷ୍ଟିରେ

1 min
204

ଭୋକ କଣ ଖାଲି ଖାଦ୍ୟ ଅଭାବରେ ହୁଏ

ଜଣା ନାହିଁ ମୋତେ ଏହାର ଉତ୍କୃଷ୍ଠ ସଂଜ୍ଞା

ତାହେଲେ କଣ ଆମେ ଖାଦ୍ୟ ପାଇଁ

ଏଇ ଚାଖଣ୍ଡକ ପେଟ ଲାଗି ଏତେ ତଳକୁ ଖସିପାରୁ

କାହିଁ ପିଲାଟିଏ ଜନ୍ମ ନେଲା ପରେ ଯେମିତି ଅଳି କରେ

ତା ମା ପାଖରେ ଖାଇବା ପାଇଁ

ସେମିତି କଣ ଆମେ କରି ପାରିବାନି

ନା ଆମର ମରଦ ପଣିଆ ଦେଖାଇବାକୁ ଏଇ ଦୁନିଆ ଆଗରେ

ପୁରୁଷ ପ୍ରାଧାନ୍ୟ ସମାଜ ଆଗରେ ନାରୀକୁ ହୀନ ଦେଖାଉ

ଯେଉଁ ଆଖି ଯୋଡିକ ଛୋଟବେଳେ ଅମୃତ ପାଇଁ

ମାଆର ବକ୍ଷକୁ ଚାହୁଁଥିଲା ଜୀବନର ଶ୍ରେଷ୍ଠ ଦାନ ପାଇଁ

ସେତେବେଳେ ନାରୀ ଥିଲା ତା' ଲାଗି କୌଣସି ଈଶ୍ୱରୀଙ୍କଠୁ କମ ନୁହଁ

ହେଲେ ଆଜିର ସମାଜ ଏତେ ଦୂଷିତ କାହିଁକି

ଛୋଟରୁ ବଡ଼ ଯାଏ ଜୁବାରୁ ଜିବା ଯାଏ ସମସ୍ତଙ୍କ ଆଖିରେ

ଦୀପ ଦୀପ ହୋଇ ଜଳୁଛି କାମନାର ନିଆଁ

ତା ହେଲେ ମୁଁ ତ କହିବି ରାସ୍ତାକଡ଼ରେ ବୁଲୁଥିବା ପାଗଳ ଲୋକଟି

ସେ ହିଁ ଶ୍ରେଷ୍ଠ କାରଣ ସେ ଜୋରକରି ଛଡାଇ ଆଣେନି କେବେ କାହାର

ମିଳିଲେ ମିଳିଲା ନହେଲେ ନାହିଁ

ଯାହା ପାଇଁ ରାସ୍ତାକଡ଼ ଅଇଁଠା ପୁରୀର ଅଭଡ଼ା

ନାଳର ପାଣି ତା ପାଇଁ ଗଙ୍ଗା ପରି ସ୍ଵଛ ଆଉ ନିର୍ମଳ

ତା ପାଖରେ କାହିଁ ନାହିତ ଆତ୍ମବଡିମା ପାଇବାର ଲାଳଶା

ସେହି କାମନାର ଭୋକରେ ଭୋକିଲାଙ୍କଠୁ ଶହେ ଗୁଣରେ ଭଲ

ସେହି ରାସ୍ତାକଡ଼ରେ ଜରି ଗୋଠଉଥିବା ଜରି ଗୋଟାଳି

କାହିଁକି ନା ସେ ଭୋକର ମାଡରେ ଭାରସାମ୍ୟ ହରାଏନି

ନିଜର ପେଟ ଲାଗି ଆଉ କାହାର ପେଟ କାଟିବାକୁ ଚେଷ୍ଟା କରେନି

ତା ହେଲେ ଭୋକ କଣ ଆଦର୍ଶ ଆଉ ମଣିଷ ପଣିଆ ଠାରୁ ବଡ଼।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract