STORYMIRROR

Tapan Kumar Swain

Children

3  

Tapan Kumar Swain

Children

ଭୋଅଟ

ଭୋଅଟ

1 min
339

ବୋଉଲୋ !

ଭୋଅଟ ପାଇଁକି ଏତେ ଗଣ୍ଡଗୋଳ

ହେଉଛି କାହିଁକି କହଲୋ ।


ଆଜି ଇସ୍କୁଲରୁ ଫେରିବା ବାଟରେ

ଅଧ ବାଟରେ ମୁଁ ରହିଲି,

ରାସ୍ତା ସାରା ଭିଡ଼ ଦଳ ଦଳ ଲୋକ

ବାଟ ଛାଡ଼ ବୋଲି କହିଲି।


କିଏ ବାନ୍ଧିଥିଲା ମଥାରେ କପଡ଼ା

କିଏ ଧରିଥିଲା ପତାକା,

କିଏ କହୁଥିଲା ଧରଧର ତାକୁ

ଚାଲିଗଲା ତାକୁ ଅଟକା ।


ଭୁଉଁ ଭୁଉଁ ଖାଲି ଗାଡି ଗରଜନେ

ଧୂଆଁ ଛୁଟୁ ଥିଲା ଏମିତି,

ସତେକି ଦେଖିବ କଳା ହାଣ୍ଡି ମେଘ

ଘୋଟି ଆସି ଥିଲା ଯେମିତି ।


ଵାୟୁ ପ୍ରଦୂଷଣ,ଶବ୍ଦ ପ୍ରଦୂଷଣ

ଏତେ ହେଉଥିଲା ସେଠାରେ,

ଭିଡ଼ ଯୋଗୁଁ ମୋର ଠିଆ ହୋଇ ହୋଇ

ତଣ୍ଟି ଶୁଖିଗଲା ଅଠାରେ ।


ଟାଇଁ ଟାଇଁ ଖରା ଝାଇଁ ମାରୁଥିଲା

ଖାତିର ନଥିଲା କାହାର,

ଭୋଅଟ ପାଇଁକି ଏମିତି ପ୍ରଚାର

ନିହାତି କହିଲୁ ଏହାର ।


ଗଣତନ୍ତ୍ର ପରା ଆମ ସମ୍ବିଧାନ

ଲୋକଙ୍କ ହାତରେ ଭୋଅଟ,

କାହିଁକି ହେଉଛି ଅଯଥା ଖରଚ

କହିଲୁ ଏତେତୁ ନୋଅଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children