STORYMIRROR

BISWESWAR MAJHI

Classics Inspirational Children

4  

BISWESWAR MAJHI

Classics Inspirational Children

ରାମାୟଣ ଓ ବାଲ୍ମିକୀ

ରାମାୟଣ ଓ ବାଲ୍ମିକୀ

1 min
337


ଦସ୍ୟୁ ରତ୍ନାକର ଋଷି ବାକ୍ୟ ମାନି ମରା ମରା କହୁକହୁ

ରାମ ଭକତରେ ପରିଣତ ହେଲେ ଆଦି କାବ୍ୟ ଲେଖି ସେହୁ।


କ୍ରୌଞ୍ଚ ମିଥୁନ ବ୍ୟାଧର ଶରରେ ଭୂପତିତ ଦେଖି ଋଷି

ବିଷାଦେ ଲେଖିଲେ ରାମ ଚରିତକୁ ସାତଟି କାବ୍ୟେ ପରଶି।


ଅଭିରାମ ରଘୁବଂଶର ତିଳକ ଶ୍ରୀରାମ ଆଦର୍ଶ ପାଇଁ 

ରଘୁକୁଳ ରୀତି ପ୍ରାଣ ଯାଏ ସିନା ପଣ ଭ୍ରଷ୍ଟ ହୁଏ ନାହିଁ। 


ପିତୃମାତୃ ଭକ୍ତ ଗୁରୁ ପ୍ରିୟ ଶିଷ୍ୟ ଏକପତ୍ନୀ ବ୍ରତ ନର

ସ୍ନେହେ ପ୍ରଜା ପାଳି ଧର୍ମ ରକ୍ଷା କରି ପାପୀଙ୍କୁ କଲେ ସଂହାର।


ପ୍ରଜାଙ୍କର ସୁଖ ଦୁଃଖ ବୁଝିବାକୁ ଭିକ୍ଷା ମାଗି ଘର ଘର

ମହିଳାଙ୍କ ଅଭିଯୋଗ ମାନି ଜାନୁଘଣ୍ଟ ହେଲେ ରଘୁବର।


ଆଦର୍ଶର ରକ୍ଷା ପାଇଁ ପ୍ରାଣପ୍ରିୟା ପୁଣି ପ୍ରାଣାଧିକ ଭାଇ

ତ୍ୟଜ୍ୟ କଲେ ସିନା ବଚନରେ ତିଳେ ବିଚଳିତ ହେଲେ ନାହିଁ।


ନିଶ୍ୱାସରେ ଆମ ରମଣ କରନ୍ତି ତେଣୁ ରାମ ନାମ ସାର

ସଦାଶିବ ଜପି ହଳାହଳ ବିଷ ପିଇ ହୋଇଲେ ଅମର।


ବାଳ ଅଯୋଧ୍ୟାରୁ ଅରଣ୍ୟ କିସ୍କିନ୍ଧା ସୁନ୍ଦରା କାଣ୍ଡ ବର୍ଣ୍ଣନ

ଯୁଦ୍ଧ କାଣ୍ଡ ପରେ ଉତ୍ତର ସଂଯୋଗ ସମାଜକୁ ମହା ଜ୍ଞାନ।


ମହର୍ଷି ବାଲ୍ମିକୀ କୁମାର ପୂର୍ଣ୍ଣିମା ତିଥିରେ ଲଭିଲେ ଜନ୍ମ

ବିଶ୍ୱର ପ୍ରଥମ ମହାକାବ୍ୟ ରଚି ଦେଇଗଲେ ରାମ ନାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics