STORYMIRROR

Madhabi Patel

Children

4  

Madhabi Patel

Children

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
224


ବିଦ୍ୟାର୍ଥୀ ତୁମେ ଏଇ ଦେଶର

ଭବିଷ୍ୟତର ନାଗରିକ।

ତୁମକୁ ନେଇ ସପନ ଦେଖେ

ହେବରେ ତୁମେ ସୁଶାସକ।

ତୁମରି ଦେହେ ଗରମରକ୍ତ

ସୋର୍ଯ୍ୟ ଗୁଣ ପ୍ରବାହିତ।

ତୁମେ ଚାହିଁଲେ ସରଗ ଆସି

ଧରାକୁ ହେବ ମଥାନତ।

ତୁମ ନିର୍ଦ୍ଦେଶେ ବରଷା ଖରା

ଶୀତ କରିବ ପ୍ରଣିପାତ।

ଚାହିଁଲେ ପୁଣି ନୂତନ କରି

ସୃଷ୍ଟି କରିବ ବଣ କ୍ଷେତ।

ହସିବ ପୁଣି ସାଗୁଆବଣ

କ୍ଷେତ ଖମାର ଯିବ ଭରି।

ଫଳ ସମ୍ଭାରେ ହସିବ ବୃକ୍ଷ

ଫେରିବ ଧରଣୀର ଶିରୀ।

କଳକାରଖାନା ପ୍ରଦୁଷଣକୁ

ହଟାଇ ଦେବ କରିଶୋଧ।

ରୋଗ ବିରାଗ ରହିବ ଦୂରେ

ଥିବ ପ୍ରତିଶେଧକ ଔଷଧ।

ନାରୀକୁ ଊଣା ଭାବିବନାହିଁ

ତୁମର ସିଏ ସହଯୋଗି।

ଗୃହ ପ୍ରାଙ୍ଗଣେ ନୁହେଁ ସିମିତ

ପ୍ରତି କର୍ମରେ ସହଭାଗି।

ବନ୍ଧୁତା ପ୍ରୀତି ସମ୍ମାନ ଦେବ

ହେବନି ତାର ବଳତ୍କାର।

ନାରୀ ଯେଉଁଠି ସୁରକ୍ଷିତ

ସେ ଦେଶ ସରଗର ପୁର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children