STORYMIRROR

DILIP KUMAR SAHOO

Children

4  

DILIP KUMAR SAHOO

Children

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
184

ବିଦ୍ୟାର୍ଥୀ ମୁଁ ବିଦ୍ୟାର୍ଥୀ

ବହି କଲମ ତ ମୋ ପ୍ରିୟ ସାଥୀ

ବିଦ୍ୟା ମହା ଧନ ଅରଜିବା ପାଇଁ

ପାଠେ ଢାଳିଦିଏ ମୋ ମନ ନିତି

ବିଦ୍ୟାର୍ଥୀ ମୁଁ ବିଦ୍ୟାର୍ଥୀ ।

ସହଳ ଉଠେ ମୁଁ ସହଳ ଶୁଏ

ମାଆ ଯାହା ଦିଏ ଖୁସିରେ ଖାଏ।

ଗୁରୁ ଗରୁଜନେ କରେ ଭକତି

ସାନଙ୍କ ପ୍ରତି ମୋ ସିନେହ ଅତି ।

ଭଲ ପାଠ ପଢେ ଭଲ ମୁଁ ଖେଳେ

ଗୀତ ଗାଏ ଯେବେ ସମୟ ମିଳେ ।

ମଜା ଗପ ବହି ଅଟେ ମୋ ମିତ୍ର

ବେଳେବେଳେ ମୁଁ ତ ଆଙ୍କଇ ଚିତ୍ର ।

ଭାବିଚିନ୍ତି ସବୁ କରଇ କାମ

ସବୁ କାମରେ ମୁଁ ହୁଏ ପ୍ରଥମ ।

 ସ୍କୁଲ ଛୁଟି ଏବେ କରୋନା ପାଇଁ

 ଅନ୍ ଲାଇନରେ ପାଠ ପଢୁଛି ମୁହିଁ ।

ଅନ୍ ଲାଇନ୍ ପାଠରେ ମଜା ଆସୁନି

ବେଳେବେଳେ ପୁଣି କିଛି ଦିଶୁନି ।

ପାଠ ଠାକୁରଙ୍କୁ କରେ ମିନତି

କରୋନାକୁ ଦିଅ ପ୍ରଭୁ ହେ ଶାସ୍ତି ।

ତାଲାଗି ହୀନସ୍ତା ଆମେ ବିଦ୍ୟାର୍ଥୀ

ଲାଗୁନାହିଁ ଯେଣୁ ପାଠରେ ମତି ।

ତଥାପି କରୁନୁ ପାଠରେ ହେଳା

ହେଳା କରିଦେଲେ ବୁଡିବ ଭେଳା ।



Rate this content
Log in

Similar oriya poem from Children