STORYMIRROR

Madhabi Patel

Children

4  

Madhabi Patel

Children

ଶିକ୍ଷକ

ଶିକ୍ଷକ

1 min
251

ଭବିଷ୍ୟତ ସମାଜ ଗଠନ ଦାୟିତ୍ବ

ନ୍ୟସ୍ତ ହେଇଛି ତୁମ ହସ୍ତର।

ଶିକ୍ଷକ ହେ ତୁମେ ଦ୍ବିତୀୟ ଶ୍ରଷ୍ଟା

ଛାତ୍ର ଚରିତ୍ର ଗଠନ କର।

ମାଟି ପିଣ୍ଡୁଳା ଦେହରେ ତୁମେ

ସଂଯୋଗ କର ଜ୍ଞାନରଗୁଣ।

ଅବୋଧ ତା ମସ୍ତିଷ୍କ ଭିତରେ

ଜ୍ଞାନ ଗ୍ରନ୍ଥିହୁଏ ଜାଗରଣ।

ସତ୍ୟ ଅହିଂସା ଦୟା କ୍ଷମାର

ନୀତି ଶିକ୍ଷାକରି ଅନୁଦାନ।

ଅନୁଶାସନ କରି ପାଳନ

ଶୁଦ୍ଧ ଚରିତ୍ର କର ନିର୍ମାଣ।

ଅଭିଭାବକ ଆସ୍ଥା ବିଶ୍ବାସେ

 ସନ୍ତାନ ତୁମ ହାତେ ନ୍ୟସ୍ତ।

ବିଶ୍ବାସ ନେଇ ନିଶ୍ଚିନ୍ତ ଥାନ୍ତି

ହେ ଗୁରୁୁ ଈଶ୍ବର ତୁମେ ତାତ। 

ଶିକ୍ଷକ ସଦା ନମ୍ର ଉଦାର

କରେନା ସେ କେବେ ପକ୍ଷପାତ।

ଦର୍ପଣ ସମ ତାଙ୍କ ଚରିତ୍ର

ଛାତ୍ର କୁ କରେ ପ୍ରଭାବିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children